16.1 C
Bhubaneswar
Thursday, February 5, 2026
Homeଓଡିଶାମାଲକାନଗିରି ଘଟଣାରେ ଉଚ୍ଚସ୍ତରୀୟ ବୈଠକ

ମାଲକାନଗିରି ଘଟଣାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଡିସମ୍ବେର ୭ ଓ ୮ରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡା ଏବଂ ଏମଭି ୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୯ ରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉକ୍ତ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି । ସମସ୍ୟାର ତୁରନ୍ତ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନିଆଯାଇଛି । ଯେପରିକି ରେଗୁଲେସନ ୨/୫୬ ଅନୁଯାୟୀ ବିଚାରଧୀନ ଶତାଧିକ ମାମଲାଗୁଡିକ ଜିଲ୍ଲପାଳ ନିୟମିତ ଭାବରେ ପ୍ରତ୍ୟେକ ୧୫ ଦିନରେ ସମୀକ୍ଷା କରି ଏହାର ପ୍ରଗତି ସମ୍ବନ୍ଧରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ସରକାରଙ୍କୁ ଅବଗତ କରିବେ । ଏଥିସହ ଭୂମିହୀନ ତଥା ବାସଗୃହହୀନ ଜନଜାତି ପରିବାରକୁ ଏଫ. ଆର. ଏ ଏବଂ ଓଜିଏଲଏସ ଆଇନ ଅଧିନରେ ଶ୍ଥାୟୀ ପଟ୍ଟା ପ୍ରଦାନର ଆଶୁ ବ୍ୟବସ୍ଥା କରାଯିବ । ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳସେଚନ ବିଭାଗ ସହ ସମନ୍ୱୟ ରଖି ଏହି ସମସ୍ୟାର ଦୀର୍ଘ ମିଆଦି ସମାଧାନ କରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ତିନି ମାସରେ ମାଲକାନଗିରି ଜିଲ୍ଲାର ଉପରୋକ୍ତ ତଥା ଅନ୍ୟାନ୍ୟ ରାଜସ୍ୱ ମାମଲା ଉପରେ ନିୟମିତ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ । ସେପରି ଜନଜାତି ଓ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କର ଜଳ ଭଣ୍ଡାର ପାଖରେ ଥିବା ଉଚ୍ଚ ଚାଷଜମିରେ ଜଳସେଚନ ସୁବିଧା କରାଯିବା ନିମନ୍ତେ ଆଗାମୀ ଦିନରେ ଜଳ ସମ୍ପଦ ବିଭାଗ ଦ୍ୱାରା ପ୍ରୟାସ କରାଯିବ । ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନା, ପିଏମଇଜିପି ଓ ପିଏମଏଫଏମଇ ଅଧୀନରେ ଜନଜାତି ବର୍ଗର ପପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ ଏହାର ବ୍ୟବସ୍ଥା କରାଯିବ । ପ୍ରାଥମିକ ବିଦ୍ୟାଳୟରେ କୋୟା, ଡିଡାଇ, ବଣ୍ଡା ଜନଜାତି ଭାଷାରେ ଏମଏଲି ଶିକ୍ଷକ ପଦକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପୂରଣ କରିବେ । ଅନ୍ୟପଟେ ଜନଜାତି ତଥା ଅନ୍ୟନ୍ୟ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ଦଶମ ଶ୍ରେଣୀ ପରେ ମଧ୍ୟ ପାଠ ପଢା ଜାରି ରଖି ପାରିବେ । ସେଥି ନିମନ୍ତେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟାର ଆସନ ସୃଷ୍ଟି କରାଯିବାର ପ୍ରୟାସ କରାଯିବ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ସିଂହ ଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଅନୁସୂଚିତ ଜନ‌ଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା- ଶାସନ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଦକ୍ଷିଣ କେନ୍ଦ୍ରାଞ୍ଚଳ ଡ଼ିଆଇଜି, ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking