କଟକ : ୨୦୨୧ ରୁ ଚଳିତ ନଭେମ୍ବର ମାସ ସୁଦ୍ଧା କେବଳ ବିଦ୍ୟୁତ ଆଘାତରେ ୮୫ ଟି ହାତୀ ମୃତ୍ୟୁ ଘଟିଛି। ରାଜ୍ୟ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କ ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏହା ଜଣାପଡିଛି । ତେଣୁ ହାତୀମାନଙ୍କ ସୁରକ୍ଷା ଲାଗି ତୁରନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ପିସିସିଏଫଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।
ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ କହିଛନ୍ତି। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ଜିଲ୍ଲାର ରେଢାଖୋଲ ଡିଭିଜନ ଅନ୍ତର୍ଗତ ନାକଟିଦେଉଳୁ ବନଖଣ୍ଡରେ ବିଦ୍ୟୁତ୍ ଲାଗି ୩ ହାତୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ନିଜଆଡୁ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।