ବ୍ୟୁରୋ : ରାଜ୍ୟ ସରକାରଙ୍କ ସ୍କୁଲ ନିଷ୍ପତ୍ତି କାଏମ ରଖିଥିଲେ ହାଇକୋର୍ଟ । ୨୦ରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି । ତେବେ ମିଶ୍ରଣକୁ ବିରୋଧ କରୁଥିବା ଆବେଦନକାରୀ ଜିଲ୍ଲା ଅଭିଯୋଗ ସେଲରେ ଅଭିଯୋଗ କରିପାରିବ । ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନକୁ ଆବଶ୍ୟକ ପଦେକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି ।
ସୂଚନା ଅନୁସାରେ ୨୦ କିମ୍ବା ତାଠାରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ପାଇଁ ୨୦୧୮ରେ ଏକ ଗାଇଡ ଲାଇନ ପ୍ରସ୍ତୁତି କରିବା ପରେ ୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ହୋଇଥିଲା । ମାମଲାକୁ ଏକାଠି ଶୁଣାଣି କରି ହାଇକୋର୍ଟର ଜଣିକିଆ ବିଚାରପତି ସରକାରଙ୍କ ବିଞପ୍ତିକୁ ୨୦୨୧ରେ ରଦ୍ଦ କରି ଦେଇଥିଲେ । ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ ପିଟିସନ ଦାଖଲ କରିଥିଲେ । ଯାହା ଉପରେ ଗତକାଲି ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପଚି ଜଷ୍ଟିସ ଚକ୍ରଧାରୀ ଚରଣ ସିଂ ଏବଂ ଜା୍ଟିସ ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ , ଜଣିକିଆ ବିଚାରପତିଙ୍କ ଆଦେଶକୁ ଖାରଜ କରିବା ସହିତ ସରକାରଙ୍କୁ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।