26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଅଷ୍ଟ୍ରେଲିଆରେ ହାଇ ଆଲର୍ଟ! ଲ୍ୟାବ୍‌ରୁ ଲିକ୍ ହେଲା ଆଉ ଏକ ମାରାତ୍ମକ ଭାଇରସ

ଅଷ୍ଟ୍ରେଲିଆରେ ହାଇ ଆଲର୍ଟ! ଲ୍ୟାବ୍‌ରୁ ଲିକ୍ ହେଲା ଆଉ ଏକ ମାରାତ୍ମକ ଭାଇରସ

କ୍ୱିନସଲ୍ୟାଣ୍ଡ: ଚୀନ୍‌ର ଉହାନ୍ ପ୍ରାନ୍ତରେ ଥିବା ଏକ ସରକାରୀ ଲ୍ୟାବ୍‌ରୁ କରୋନା ଭୂତାଣୁ ଭଳି ଏକ ମାରାତ୍ମକ ଭୂତାଣୁ ଲିକ୍ ହୋଇଥିଲା। ଏହାପରେ ଏହି ଭୂତାଣୁ ବିଶ୍ୱବ୍ୟାପୀ ମୃତ୍ୟୁର ଯେଉଁ ତାଣ୍ଡବ ରଚିଥିଲା ତାହାକୁ ବିଶ୍ୱବାସୀ କଦାପି ଭୁଲିପାରିବେନି। ଏବେ ପୁଣିଥରେ ଏପ୍ରକାର ଏକ ମାରାତ୍ମକ ଭାଇରସ୍ ଲ୍ୟାବ୍‌ରୁ ଲିକ୍ ହୋଇଥିବା ଭଳି ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ବିଶ୍ୱସ୍ତରରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ୍ ପ୍ରାନ୍ତରେ ଥିବା ଏକ ସରକାରୀ ତଥା ସାର୍ବଜନିକ ସ୍ୱାସ୍ଥ୍ୟ ଭାଇରୋଲଜି ଲ୍ୟାବ୍‌ରୁ କରୋନା ଠାରୁ ପ୍ରାୟ ଶହେଗୁଣରେ ଅଧିକ ଘାତକ ତଥା ମାରାତ୍ମକ ଭୂତାଣୁର ଶତାଧିକ ସାମ୍ପଲ୍ ଶିଶି ନିଖୋଜ ହୋଇଯାଇଛି। ଏନେଇ ଖୋଦ୍ କ୍ୱିନ୍ସଲ୍ୟାଣ୍ଡ ସରକାର ସୂଚନା ଦେଇଛନ୍ତି। ଏପ୍ରକାର ଘଟଣାକୁ ଦୁର୍ଭାଗ୍ୟଜନକ ଭାବେ ଅଭିହିତ କରିବା ସହ କ୍ୱିନ୍ସଲ୍ୟାଣ୍ଡ୍ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ୱିନସ୍‌ଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ, ଅଷ୍ଟ୍ରେଲିଆ ସାର୍ବଜନିକ ସ୍ୱାସ୍ଥ୍ୟ ବିଭାଗକୁ ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ କହିଥିବା ଜଣାପଡିଛି।

କ୍ୱିନ୍ସଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ନିଖୋଜ ହୋଇଯାଇଥିବା ଭୂତାଣୁ ସାମ୍ପଲ୍‌ଗୁଡ଼ିକ ମଧ୍ୟରେ ଅନେକ ସଂକ୍ରାମକ ଭୂତାଣୁ ଯେପରିକି ହେଣ୍ଡ୍ରା ଭାଇରସ, ଲିସା ଭାଇରସ ଓ ହଣ୍ଟା ଭାଇରସ ଭଳି ଭୂତାଣୁ ନମୁନା ସାମିଲ ଅଛି। ଏଥିରୁ ୨୩୨ଟି ଶିଶି ହଜିଯାଇଛି। ହେଣ୍ଡ୍ରା ପଶୁଙ୍କଠୁ ମନୁଷ୍ୟକୁ ବ୍ୟାପୁଥିବା ଭୂତାଣୁ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍ ଅନୁସାରେ ହଣ୍ଟା ଭାଇରସ ଏକ ଏପରି ଭୂତାଣୁ ପରିବାର ଯାହା ଗୁରୁତର ରୋଗ ଓ ମୃତ୍ୟୁର କାରଣ ହୋଇପାରେ। ସେହିପରି ଲିସା ଭାଇରସ ରେବିଜ୍ ଭଳି ମାରାତ୍ମକ ବ୍ୟାଧିର କାରଣ ହୋଇପାରେ। ତେବେ କ୍ୱିନ୍ସଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିମୋଥି ନିକୋଲସ ଏନେଇ ଜାରି କରିଥିବା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଜୈବ ସୁରକ୍ଷା ପ୍ରୋଟକଲର ଏହା ଗୁରୁତର ଉଲ୍ଲଂଘନ। ଏପ୍ରକାର ଖାମଖିଆଲି ମନୋଭାବକୁ କଦାପି ବରଦାସ୍ତ କରାଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking