19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହେଜବୋଲ୍ଲା କ୍ଷେପଣାସ୍ତ୍ର ପ୍ରକଳ୍ପ ମୁଖ୍ୟ ଅନୀସି ନିହତ

ହେଜବୋଲ୍ଲା କ୍ଷେପଣାସ୍ତ୍ର ପ୍ରକଳ୍ପ ମୁଖ୍ୟ ଅନୀସି ନିହତ

ଲେବାନନ : ଲେବାନନରେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହେଜବୋଲ୍ଲାର କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ ମୁଖ୍ୟ ବିଶେଷଜ୍ଞ ମହମ୍ମୁଦ ୟୁସୁଫ ଅନୀସିଙ୍କୁ ନିପାତ କରିଥିବା ଜଣାପଡ଼ିଛି। ଇସ୍ରାଏଲ ସେନା ଗୁଇନ୍ଦା ସୂଚନା ଆଧାରରେ ବେରୁତରେ ଅପରେସନ ଚଳାଇଥିଲେ, ଯେଉଁଥିରେ ଅନିସୀ ନିହତ ହୋଇଛି। ମେକାନିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଅନୀସିର ବ୍ୟାପକ ଅଭିଜ୍ଞତା ରହିଥିଲା।

ହେଜବୋଲ୍ଲାର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଇସ୍ରାଏଲ ସେନା ସୂଚନା ଅନୁସାରେ, ଅନୀସି ୧୫ ବର୍ଷରୁ ଅଧିକ ସମୟ ଧରି ହେଜବୋଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ବିକାଶ ଦିଗରେ ସକ୍ରିୟ ରୂପେ କାର୍ଯ୍ୟ କରିଆସୁଥିଲା। ଆତଙ୍କବାଦୀ କାର୍ଯ୍ୟକାଳାପକୁ ଅନ୍ତିମ ରୂପ ଦେବା ଲାଗି ଦରକାର ପଡ଼ୁଥିବା ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking