15.1 C
Bhubaneswar
Thursday, January 15, 2026
Homeଅପରାଧଝିଅ ଜନ୍ମ କରିବାରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ଝିଅ ଜନ୍ମ କରିବାରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ନୂଆଦିଲ୍ଲୀ: ଝିଅ ଜନ୍ମ କରିବାକୁ ନେଇ ବିଳମ୍ବିତ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଯୁକ୍ତି ହେବା ପରେ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସ୍ୱାମୀ । ଏଭଳି ଖବର ସାମ୍ନାକୁ ଆସିଛି ମହାରାଷ୍ଟ୍ର ପ୍ରଭାଣୀ ଅଞ୍ଚଳରୁ । ଝିଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ । ସୂଚନା ମୁତାବକ , ସ୍ତ୍ରୀ ଚିତ୍କାର କରି ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିବା ବେଳେ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତଥାପି ସେତେବେଳକୁ ସେ ଗୁରୁତର ଭାବରେ ପୋଡି ଯାଇ ମୃତ୍ୟୁ ବରଣ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି। ହତ୍ୟାକାଣ୍ଡ ପାଇଁ ସ୍ୱାମୀଙ୍କୁ ଗିରଫ କରାଯାଇଛି ବୋଲି ଗଙ୍ଗାଖେଡ ପୋଲିସ ଷ୍ଟେସନ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking