21.1 C
Bhubaneswar
Thursday, February 5, 2026
Homeଖେଳହେମରାଜ ୪ ଓ ଅଞ୍ଜଳି ୬ ବର୍ଷ ବାସନ୍ଦ

ହେମରାଜ ୪ ଓ ଅଞ୍ଜଳି ୬ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଲଙ୍ଗ୍ ଡିଷ୍ଟାନ୍ସ ରନର୍ ହେମ୍‌ରାଜ ଗୁର୍ଜର ଓ ଅଞ୍ଜଳି କୁମାରୀ ନାସ୍‌ନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଡିସିପ୍ଲିନାରି ପ୍ୟାନେଲ୍ ଦ୍ୱାରା ଯଥାକ୍ରମେ ୪ ଓ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଉଭୟେ ଗତବର୍ଷ ଅନୁଷ୍ଠିତ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। ୨୫ ବର୍ଷୀୟ ଗୁର୍ଜର ୨୦୨୩ ଜାତୀୟ ଆନ୍ତଃ-ରାଜ୍ୟ ଚାମ୍ପିୟନଶିପ୍‌ର ୫୦୦୦ ମିଟର ରେସ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିଥିବା ବେଳେ ୨୦୨୩ ଓ ୨୦୨୪ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ନିଷ୍ପତ୍ତି ତାରିଖ ଏପ୍ରିଲ୍ ୨୦ରୁ ହେମରାଜ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି। ଗୁର୍ଜର ଆହୁରି ମଧ୍ୟ ଗତବର୍ଷ ୱାର୍ଲ୍ଡ ଆଥ୍‌ଲେଟିକ୍ସ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ତାଙ୍କଠାରୁ ସଂଗୃହୀତ ଡୋପ୍ ନମୁନାରୁ ନିଷିଦ୍ଧ ଦ୍ରବ୍ୟ ଡାର୍ବେପୋଟିନ (ଡେପୋ) ଠାବ କରାଯିବା ପରେ ନାଡା ତାଙ୍କୁ ସାମୟିକ ନିଲମ୍ବିତ କରିଥିଲା।ସେହିପରି ଅଞ୍ଜଳିଙ୍କ ୬ ବର୍ଷ ବାସନ୍ଦ ଦଣ୍ଡ ମାର୍ଚ୍ଚ ୩୧ରୁ କାର୍ଯ୍ୟକାରୀ ହେବ ବୋଲି ନାଡା ୱେବ୍‌ସାଇଟ୍‌ର ସଦ୍ୟତମ ଅପ୍‌ଡେଟ୍‌?ରୁ ଜଣାପଡ଼ିଛି। ଏଥିରେ ଏହାଠାରୁ ଅଧିକ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଅଞ୍ଜଳି ଗତବର୍ଷ ୱାର୍ଲ୍ଡ ଆଥ୍‌ଲେଟିକ୍ସ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking