ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ସୂଚନା । ଆୟୁଷ୍ମାନ ଭାରତ ଓ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଲାଗୁହେବ। ଉଭୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ। ଉଭୟ ଯୋଜନାରେ ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ କାର୍ଡ ମିଳିବ। ରାଶନ କାର୍ଡ ଇ.କେ.ୱାଇ.ସି ସାରିବା ପରେ ହିତାଧିକାରୀଙ୍କ ସ୍ପଷ୍ଟ ଚିତ୍ର ଆସିବ। ବି ଏସ କେ ୱାଇ ସି ରେ ମାତ୍ର ୯୫୭ଟି ହସ୍ପିଟାଲ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଥିଲା । କିନ୍ତୁ ଏବେ ଦେଶସାରା ୨୭ ହଜାରରୁ ଅଧିକ ହସ୍ପିଟାଲରେ ମିଳିବ ସ୍ୱାସ୍ଥ୍ୟ ସେବା। ଚଳିତ ଆର୍ଥିକ ବର୍ଷରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା ।