16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକମିବ ବିମାନ ବନ୍ଦର ପାଖ ଘରର ଉଚ୍ଚତା

କମିବ ବିମାନ ବନ୍ଦର ପାଖ ଘରର ଉଚ୍ଚତା

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଚେତିଲେ କେନ୍ଦ୍ର ସରକାର । ଏଣିକି ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା କମିବ । ଏନେଇ କେନ୍ଦ୍ର ସରକାର ବିମାନ ଅଧିନିୟମ, ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଉ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା କିମ୍ବା ବଡ଼ ଗଛ ।  ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା କିମ୍ବା ଗଛ ତୁରନ୍ତ ହଟାଯିବ । ମାଲିକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହେବ । ବିମାନ ଉଡ଼ାଣରେ କୌଣସି ଗଛ ଅବରୋଧ କରୁଥିଲେ ତାହାକୁ କଟାଯିବ ନୋଟିସ୍‌ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ । ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ  । ସମ୍ପୃକ୍ତ ମାଲିକଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ । ମାଲିକମାନେ ନିୟମ ନମାନିଲେ ଏରୋଡ୍ରମ୍‌ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘର କିମ୍ବା ଗଛର ଉଚ୍ଚତା କମ୍‌ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking