28.1 C
Bhubaneswar
Saturday, August 2, 2025
Homeଦେଶ ବିଦେଶଉତ୍ତରପୂର୍ବରେ ପ୍ରବଳ ବର୍ଷା: ଜଳବନ୍ଦୀରେ ଫସି ରହିଛନ୍ତି ବହୁ ଲୋକ

ଉତ୍ତରପୂର୍ବରେ ପ୍ରବଳ ବର୍ଷା: ଜଳବନ୍ଦୀରେ ଫସି ରହିଛନ୍ତି ବହୁ ଲୋକ

ନୂଆଦିଲ୍ଲୀ: ଉତ୍ତରପୂର୍ବରେ ପ୍ରବଳ ବର୍ଷା ହେବା ଫଳରେ ଆସାମ , ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି ଉପୁଜିଛି । ଏଭଳି ସମୟରେ ଘଟଣା ସ୍ଥଳରେ ଏନଡିଆରଏଫ , ଏସଡିଆରଏଫ ଟିମ ପହଞ୍ଚି ବନ୍ୟା ପ୍ରଭାବିତଙ୍କୁ ଡାଙ୍ଗା ସାହାଯ୍ୟରେ ଉଦ୍ଧାର କରୁଛନ୍ତି । ଲକ୍ଷ୍ନୌ  ଏବଂ କାନପୁର ସମେତ ଉତ୍ତରପ୍ରଦେଶର ୧୪ଟି ଜିଲ୍ଲାରେ ବଜ୍ରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା, ଭୂସ୍ଖଳନ ଓ ତିସ୍ତା ନଦୀରେ ବଢୁଥିବା ପାଣି ଯୋଗୁଁ  ଅଣାୟତ୍ତ ସ୍ଥିତି ଉପୁଜିଛି । ଉଭୟ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ଠପ୍ ହୋଇଯାଇଛି । ରବିବାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଥିଲେ ହେଁ ପୁଣି ଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗତ ୨୯ ତାରିଖରେ ମୁନ୍‌ସିଥାଙ୍ଗଠାରେ ତିସ୍ତା ନଦୀରେ ଗାଡ଼ି ଖସି ପଡ଼ିବା ପରେ ନିଖୋଜ ହୋଇଥିବା ୮ ଜଣ ପର୍ଯ୍ୟଟକଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ । ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳ ପ୍ରଦେଶରୁ ୯ ଜଣ ଲେଖାଏଁ, ମେଘାଳୟରୁ ୬ ଜଣ, ମିଜୋରାମରୁ ୫ ଜଣ ଏବଂ ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅରୁଣାଚଳରେ ଏକ ଭୂସ୍ଖଳନ ଯୋଗୁଁ ଗାଡ଼ି ଗଭୀର ଖାଲକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୨ ଜଣ ଗର୍ଭବତୀ ମହିଳା ଥିବା ବେଳେ ୨ଟି ପରିବାରର ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking