30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିହାରରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବିହାରରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଟଣା: ବିହାରରେ ତୁହାକୁ ତୁହା ବର୍ଷା । ବୁଧବାର ରାଜ୍ୟର ଅନେକ ଜିଲ୍ଲାରେ ପବନ, ଘଡଘଡି ଏବଂ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ସୁପୌଲ, ଆରାରିଆ ଏବଂ କିଶନଗଞ୍ଜ – ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ଆଜି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବୁଧବାର ଭୋରରୁ ଏହି ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। ସେହିପରି ଶିବହର, ସୀତାମାଢ଼ି ଏବଂ ମଧୁବଣୀ ଜିଲ୍ଲାରେ ମଧ୍ୟ ଭୋରରୁ ବର୍ଷା ଏବଂ ଘଡ଼ଘଡ଼ିର ସତର୍କତା ଜାରି କରାଯାଇଛି।ଏହି ସମସ୍ତ ଅଞ୍ଚଳର କିଛି ସ୍ଥାନରେ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଗତ ମଙ୍ଗଳବାର ମଧ୍ୟ ପାଟନା ସମେତ ଅନେକ ଜିଲ୍ଲାରେ ବର୍ଷା ହୋଇଥିଲା, ଯାହା ଫଳରେ ତାପମାତ୍ରା ହ୍ରାସ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking