28.1 C
Bhubaneswar
Monday, June 9, 2025
Homeଓଡିଶା୧୯ ଯାଏ କାଳବୈଶାଖୀ ବର୍ଷା; ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

୧୯ ଯାଏ କାଳବୈଶାଖୀ ବର୍ଷା; ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ପ୍ରବଳ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଆଜିଠୁ ଅର୍ଥାତ୍ ୧୬ରୁ ୧୯ ଯାଏ ରାଜ୍ୟରେ ପ୍ରବଳ କାଳବୈଶାଖୀ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଯାହାର ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷାହେବ। ପାଣିପାଗ ବିଭାଗ ସୂଚନା ଅନୁସାରେ ଏକ ଟ୍ରଫ୍ ଏବେ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ପୂର୍ଣ୍ଣିବଳୟ ଉପର ଦେଇ ପୂର୍ବ ଉତ୍ତରପ୍ରଦେଶ, ବିହାର, ଉପ-ହିମାଳୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚରେ ଅବସ୍ଥିତ।

ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉପରେ ରହିଛି।ଯାହାର ପ୍ରଭାବରେ ଶୁକ୍ରବାର ୧୧ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା। କାଳବୈଶାଖୀ ପ୍ରଭାବରେ ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି। ସେହିପରି ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ଘଣ୍ଟା ପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଯେଉଁଥି ପାଇଁ ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି କଳାହାଣ୍ଡି, ଢେଙ୍କାନାଳ,ବରଗଡ଼, କନ୍ଧମାଳ, ସମ୍ବଲପୁର, ଦେଓଗଡ଼, ବଲାଙ୍ଗୀର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଜୀ, ନୟାଗଡ଼, ଗଜପତି, ଅନୁଗୁଳ, ସୋନପୁର, ବୌଦ୍ଧ, ଓ ମାଲକାନଗିରି ଜିଲ୍ଲାକୁ ବର୍ଷା -ପବନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୧୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ବିଜୁଳି-ଘଡ଼ଘଡ଼ି ସହ ୫୦-୬୦ କିଲୋମିଟର ବେଗରେ ପବନ ବହିବ। ଯେଉଁଥି ପାଇଁ ଏହି ଜିଲ୍ଲାମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବର୍ଷାନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

୧୯ ତାରିଖରେ ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପବନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୧୯ ତାରିଖ ସକାଳଠାରୁ ୨୦ ତାରିଖ ସକାଳ ୮.୩୦ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କୋରାପୁଟ କୋଟପାଡ଼ରେ ସର୍ବାଧିକ ୫୬.୦ ମିମି ବର୍ଷା ରେକର୍ଡ ହୋଇଛି। ବୌଦ୍ଧ ସର୍ବାଧିକ ୪୨.୮ ଡିଗ୍ରୀ ଓ ଅନୁଗୁଳରେ ସର୍ବନିମ୍ନ ୨୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking