ଭୁବନେଶ୍ୱର: ଆହୁରି ୩ ଦିନ ପ୍ରବଳ ବର୍ଷିବ । ୨୮ ତାରିଖ ଯାଏ ବର୍ଷାରୁ ମିଳିବ ନାହିଁ ନିସ୍ତାର । ଅବପାତରେ ପରିଣତ ହୋଇ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ , ଓଡିଶା ଝାଡଖଣ୍ଡ ଦେଇ ଅତିକ୍ରମ କରିବ । ବାଲେଶ୍ୱର , ଭଦ୍ରକ, ଯାଜପୁର ,ଢେଙ୍କାନାଳ, ଅନୁଗୁଳ , ଦେଓଗଡ, ସମ୍ବଲପୁର , ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ୧୦ ଜିଲ୍ଲାରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ହେଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ କରାଇଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ୨୫ ତାରିଖରୁ ୨୮ ତାରିଖ ପଯ୍ୟନ୍ତ ଉତ୍ତର ଓଡିଶା ଉପକୂଳରେ ପ୍ରବେଶ ନକରିବାକୁ ଏସଆରସି ସତର୍କ କରାଇଦେଇଚନ୍ତି ।










