28.1 C
Bhubaneswar
Saturday, September 21, 2024
Homeଓଡିଶାପ୍ରବଳ ବର୍ଷା : ୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ପ୍ରବଳ ବର୍ଷା : ୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର : ଆଜିଠୁ ପୁଣି ଦୁଇ ଦିନ ବର୍ଷିବ । ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଗତି କରି ଉପକୂଳବର୍ତ୍ତୀ ବଙ୍ଗଳା ଦେଶକୁ ଆସିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ଠାରୁ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୧୩ ତାରିଖରେ ଲଘୁଚାପର ରୂପ ନେବ । ପରେ ୨୪ରୁ ୪୮ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହୋଇପାରେ । ସେହିପରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ସପ୍ତାହ ଯାଏଁ ବର୍ଷା ସମ୍ଭାବନା ନାହିଁ । ୧୩ରୁ ୧୫ ତାରିଖ ଭିତରେ ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଭାରି ବର୍ଷା ହେବ । ଦକ୍ଷିଣ ପଶ୍ଚିମବଙ୍ଗରେ ଏହି ଲଘୁଚାପ ସୃଷ୍ଟି ହେଲେ ୩ ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ଭାରି ବର୍ଷା ଜାରି ରହିବ । ୧୬ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ । ୧୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ସତର୍କତା ମଧ୍ୟ ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking