26.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶମୁମ୍ବାଇରେ ପ୍ରବଳ ବର୍ଷା

ମୁମ୍ବାଇରେ ପ୍ରବଳ ବର୍ଷା

ମୁମ୍ବାଇ : ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ମହାନଗରୀବାସୀ । ଏହି ବର୍ଷା କାରଣରୁ ଟ୍ରେନ୍, ସଡ଼କ ଏବଂ ରାଜପଥ ଉପରେ ପ୍ରଭାବ ପଡିଥିଲା। କାର୍ଯ୍ୟ ଦିବସରେ କାମ କରିବାକୁ ଯାଉଥିବା ଲୋକ ମାନେ ଏହି ବନ୍ୟା ପରିସ୍ଥିତି ଯୋଗୁଁ ବହୁ ଅସୁବିଧାରେ ପଡ଼ିଥିଲେ । ସବୁ ବିଦ୍ୟାଳୟର ସକାଳ ସେସନକୁ ବର୍ଷା ପାଇଁ ବନ୍ଦ କରି ଦିଆଯାଇଥିଲା । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ, ମାତ୍ର ଛଅ ଘଣ୍ଟା ମଧ୍ୟରେ ସହରର ଅନେକ ଅଞ୍ଚଳରେ ରାତି ୧ ଟାରୁ ୭ଟା ମଧ୍ୟରେ ୨୦୦ ମିଲିମିଟରରୁ ୩୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେତେକ ସହରରେ ରାସ୍ତା, ରେଳ ଟ୍ରାକ୍ ଓ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା , କିଛି ଘର, ଦୋକାନ କିମ୍ବା କାର୍ଯ୍ୟାଳୟରେ ପାଣି ପଶିବା ସହିତ, ରାସ୍ତାଘାଟରେ ଗଛ ପିଡି ଅବରୋଧ ହୋଇଥିଲା ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇପଡିଥିଲା। ସେହିଭଳି ଆଜି ପାଇଁ ମୁମ୍ବାଇରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ। ଥାନେ, ଭାସାଇ (ପାଲଘର), ମହାଦ (ରାୟଗଡ), ଚିପଲୁନ୍ (ରତ୍ନାଗିରି), କୋଲହାପୁର, ସାଙ୍ଗଲି, ସାତାରା ଘାଟକୋପର, କୁର୍ଲା ଏବଂ ସିନ୍ଧୁଦର୍ଗରେ ଏନଡିଆରଏଫ ଦଳ ନିୟୋଜିତ ହୋଇଛନ୍ତି। ଏନଡିଆରଏଫ କହିଛି ଯେ କୌଣସି ଅଘଟଣକୁ ଏଡାଇବା ଏବଂ ବନ୍ୟା ପରି ପରିସ୍ଥିତିରେ ଉପଯୁକ୍ତ ପ୍ରତିକ୍ରିୟା ଦେବା ପାଇଁ ଏହା ଆନ୍ଧେରିରେ ତିନୋଟି ନିୟମିତ ଦଳ ଏବଂ ନାଗପୁରରେ ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି । ଏଥିସହ, ମୁମ୍ବାଇ-ଗୁଜୁରାଟ, ମୁମ୍ବାଇ-ପୁଣେ, ଏବଂ ମୁମ୍ବାଇ-କୋଲହାପୁର ରୁଟରେ ହଜାର ହଜାର ଯାତ୍ରୀ ପରିବହନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ବାତିଲ୍, ବ୍ୟାପକ ବିଳମ୍ବ କିମ୍ବା ଷ୍ଟେସନରେ ଅଟକି ରହିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking