ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ଗତକାଲି ରାତିରେ ବାଦଲ ଫଟା ବର୍ଷା ପରେ ରାଜ୍ୟରେ ଭୟାବହ ସ୍ଥିତି ଉପୁଜିଛି । ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା ପରେ ଭୁସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅଶାନ୍ତ ନଦୀକୁ ଦେଖି ଭୟଭାତ ହୋଇଛନ୍ତି ଲେକେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ନଦୀରେ ବନ୍ୟା ଆସିବାରୁ ଅନେକ ନିଖୋଜ ଅଛନ୍ତି । ବ୍ୟାସ ନଦୀ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ସେପଟେ ମଣ୍ଡିରେ ପ୍ରବଳ ବର୍ଷା ଜାରି ରହିଛି । ସ୍ଥିତିକୁ ଦେଖି ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । କେବଳ ହିମାଚଳ ପ୍ରଦେଶ ନୁହେଁ , ଉତ୍ତର ଭାରତର ସବୁ ରାଜ୍ୟରେ ବର୍ଷା ଲାଗି ରହିଛି ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପୂର୍ୱାନୁମାନ କରିଛି ପାଣିପାଗ ବିଭାଗ ।










