ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ବି ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାଗୁଡିକ ହେଲା- ମାଲକାନଗିରି , କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଗୋଟିଏ କିମ୍ବା ୨ଟି ସ୍ଥାନରେ ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ବର୍ଷା ହେବାନେଇ ଜିଲ୍ଲା ଜିଲ୍ଲପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।