ଭୁବନେଶ୍ୱର:ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ଗାଡିର ଲମ୍ବା ଭିଡ । ପ୍ରଦୂଷଣ ଯାଞ୍ଚ ପାଇଁ ସରକାର ଡେଡ ଲାଇନ ଦେବା ପରେ ଲୋକେ ଛାନିଆ । କାଳେ କଣ ଅସୁବିଧା ହେବ ସେଥିପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗେଇ ସାର୍ଟିଫିକେଟ ବାହାର କରୁଛନ୍ତି । ପିୟୁସି ସାର୍ଟିଫିକେଟ ଧରି ଶାନ୍ତିରେ ଘରକୁ ଫେରୁଛନ୍ତି। ବିନା ପିୟୁସିରେ ପେଟ୍ରୋଲ ମନା.. ନିୟମର ଅବଧି ବୃଦ୍ଧି ପାଇଥିଲେ ମଧ୍ୟ ଟେଷ୍ଟିଂ ସେଣ୍ଟର ଆଗରେ ସକାଳ 6 ଟାରୁ ଲାଇନ ଲଗାଉଛନ୍ତି ଲୋକେ । ଫେବୃଆରୀ ପହିଲାରୁ ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ସରକାରଙ୍କ ଏଭଳି ଘୋଷଣା ପରେ ହଇରାଣରେ ପଡିଛନ୍ତି ସାଧାରଣ ଜନତା । ଏପଟେ ଟ୍ରାଫିକ ଫାଇନ ଥିଲେ କୌଣସି ପିୟୁସି ସାର୍ଟିଫିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ତେଣୁ ଟ୍ରାଫିକ ଥାନା ଆରଟିଓ ସମ୍ମୁଖରେ ମଧ୍ୟ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଯାହା ବି ହେଉ, ପିୟୁସି ବାହାର କରିବା ଏବଂ ପୁରୁଣା ଫାଇନ କ୍ଲିଅର କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଭିଡ଼ କରୁଛନ୍ତି । ଯେମିତି ହେଉ ପ୍ରଦୂଷଣ ପ୍ରମାଣପତ୍ରଟିଏ ଧରି ପାଇବାକୁ ଧାଡ଼ି ବାନ୍ଧି ନିଜ ପାଳି ଆସିବାକୁ ଅପେକ୍ଷା କରିଥାନ୍ତି ଗାଡ଼ି ଚାଳକ। ଦିନ ଥିଲା କାଁ ଭାଁ ଭାବ ଲୋକମାନେ ନିଜ ଗାଡିର ପ୍ରଦୂଷଣ ଯାଞ୍ଚ ପାଇଁ ଆସୁଥିଲେ । ଏବେ ତେଲ ମିଳିବନି ବୋଲି ସେହି ଭୟରେ ଟେଷ୍ଟିଂ ଭ୍ୟାନ ଆଗରେ ଭିଡ଼ ଲଗାଇଛନ୍ତି । ଧିରେ ଧିରେ ଗୁରୁତ୍ୱ ହରାଉଥିବା ପିୟୁସି ସାର୍ଟିଫିକେଟ୍ ଏବେ ଲୋକମାନଙ୍କର ଅତ୍ୟନ୍ତ ଦରକାରୀ ଜିନିଷ ହୋଇପଡିଛି । କିନ୍ତୁ ଗାଡ଼ିରେ ଯଦି ଫାଇନ ପଡ଼ିଥିବ ତାକୁ ନଭରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ କରିପାରିବେ ନାହିଁ । ତେଣୁ କିଛି ଚାଳକ ନିରାଶ ହୋଇ ଫେରୁଥିବା ମଧ୍ୟ ଦେଖିବାକୁ ମିଳିଛି ।










