24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମଧ୍ୟ ଏବଂ ଉତ୍ତର ଗାଜାରେ ଇସ୍ରାଏଲ ସେନାର ଜୋରଦାର୍ ଆକ୍ରମଣ, ୧୦୦ ଆତଙ୍କୀଙ୍କୁ ହତ୍ୟା କରିଥିବା...

ମଧ୍ୟ ଏବଂ ଉତ୍ତର ଗାଜାରେ ଇସ୍ରାଏଲ ସେନାର ଜୋରଦାର୍ ଆକ୍ରମଣ, ୧୦୦ ଆତଙ୍କୀଙ୍କୁ ହତ୍ୟା କରିଥିବା ଦାବି…

ନୂଆଦିଲ୍ଲୀ: ମଧ୍ୟ ଏବଂ ଉତ୍ତର ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।ଏହି ବିସ୍ଫୋରଣ ପାଇଁ ହଜାର ହଜାର ଲୋକ ସେମାନଙ୍କ ଘରେ ଫସି ରହିଛନ୍ତି । ପାଲେଷ୍ଟାଇନ ଅଧିକାରୀ ମାନେ ଏହି ବିଷୟରେ ସୂଚନା ଦେଇଛନ୍ତି । ଗୋଟିଏ ବର୍ଷ ଧରି ଜାରି ରହିଥିବା ଯୁଦ୍ଧରେ ୪୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ଏନେଇ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସେମାନେ ଜବାଲିଆରୁ ୪୦ ଟି ମତଦେହ ଏବଂ ଉତ୍ତାରାଞ୍ଚଳରୁ ୧୪ ଟି ମୃତଦେହ ଉଦ୍ଧାର କରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ।

କାରଣ ଅନେକ ମୃତଦେହ ଆବର୍ଜନା ତଳେ ଏବଂ ଦୁର୍ଗମ ଅଞ୍ଚଳରେ ପୋତି ହୋଇ ରହିଛନ୍ତି । ଏହି ସମୟରେ, ଇସ୍ରାଏଲର ସାମରିକ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗାରୀ କହିଛନ୍ତି ଯେ, ହାମାସକୁ ପୁନର୍ଗଠନ ନକରିବା ପାଇଁ ଇସ୍ରାଏଲ୍ ସୈନ୍ୟବାହିନୀ ଜବାଲିଆରେ କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ପ୍ରାୟ ୧୦୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।

ହେଲେ ସେ ଏ ବାବଦରେ କୌଣସି ପ୍ରମାଣ ଦେଇନାହାଁନ୍ତି। ଇସ୍ରାଏଲ୍ କହିଛି ଯେ,ଏହା କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁରେ ହାମାସ ଦୋଷୀ। ଏକ ବର୍ଷ ପୂର୍ବେ ହାମାସ ନେତୃତ୍ୱାଧୀନ ଆତଙ୍କବାଦୀ ମାନେ ଇସ୍ରାଏଲର ସୁରକ୍ଷା ଉପରେ ହଠାତ୍ ଆକ୍ରମଣ କରିଥିଲେ । ଏଥିରେ ଅତି କମରେ ୧୨୦୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଆତଙ୍କବାଦୀ ମାନେ ଅନ୍ୟ ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ସେମାନେ ଗାଜାରେ ଅତି କମରେ ୧୦୦ ଲୋକଙ୍କୁ ବନ୍ଧକ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking