ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ପରେ ତାଉ ଦେଖାଇଲାଣି ତାତି । ଆଗାମୀ ୩ ଦିନ ଧରି ରାଜ୍ୟରେ ଜାରି ରହିବ ହିଟୱେଭ । ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଏପ୍ରିଲ ୨ରୁ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ବଢ଼ିବ ତାପମାତ୍ରା । ଆଗାମୀ ୩ ଦିନରେ ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ ।
ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ । କାଲି ପାଇଁ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ହିଟୱେଭ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ‘ଗତ ୨୪ ଘଣ୍ଟାରେ ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ୩୦ ଡିଗ୍ରୀରୁ ଅଧିକ ତାପମାତ୍ରା ୧୨ଟି ଜିଲ୍ଲାରେ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ଦେଖାଯିବାର ସମ୍ଭାବନା ନାହିଁ । ରାତିର ସର୍ବନିମ୍ନ ତାପମାତ୍ରା ଯଦି ଦେଖିବା ବଢିବାର ସମ୍ଭାବନା ରହିଛି । ୨ରୁ ୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଗାମୀ ୩ ଦିନରେ ୨ରୁ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ତା ପରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।