28.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶହୃଦୟ ବିଦାରକ: ସ୍ୱାମୀକୁ ମାରିବାକୁ ଆସି ସ୍ତ୍ରୀକୁ ଗୁଳି କଲେ ଦୁର୍ବୃତ୍ତ

ହୃଦୟ ବିଦାରକ: ସ୍ୱାମୀକୁ ମାରିବାକୁ ଆସି ସ୍ତ୍ରୀକୁ ଗୁଳି କଲେ ଦୁର୍ବୃତ୍ତ

ବେଗୁସରାଇ: ବିହାରର ବେଗୁସରାଇରୁ ଆସିଲା ଏକ ହୃଦୟ ବିଦାରକ ଖବର । ଘର ବାରଣ୍ଡାରେ ଶୋଇଥିବା ଜଣେ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ । ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ । କୁହାଯାଉଛି ଯେ, ଗାଁର କିଛି ଲୋକଙ୍କ ସହ ମହିଳାଙ୍କର ଜମିଜମା ବିବାଦ ଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣକ ହେଉଛନ୍ତି ମନସୁରଚକ ଥାନା ଅନ୍ତର୍ଗତ କସ୍ତୋଲି ଗ୍ରାମର ଦିନେଶ କୁମାର ମାହାତୋଙ୍କ ପତ୍ନୀ ଇନ୍ଦୁ ଦେବୀ । ମୃତକଙ୍କ ସ୍ୱାମୀ ଦିନେଶ କୁମାର ମହତୋ କହିଛନ୍ତି ଯେ “ଆମେ ଉଭୟ ସ୍ୱାମୀ-ସ୍ତ୍ରୀ ରାତିରେ ଘର ବାରଣ୍ଡାରେ ଶୋଇଥିଲୁ । ରାତି ପ୍ରାୟ ୧୨ଟା ବେଳକୁ ମୋତେ ଥଣ୍ଡା ଅନୁଭବ ହେବାକୁ ଲାଗିଲା, ତେଣୁ ମୁଁ ସ୍ତ୍ରୀକୁ ଘର ଭିତରେ ଶୋଇବାକୁ କହିଲି, କିନ୍ତୁ ପତ୍ନୀ କହିଲେ ତୁମେ ଚାଲି ଯାଅ, ମୁଁ ଏଠାରେ ଶୋଇବି, ଏହା ପରେ ମୁଁ ଘର ଭିତରେ ଶୋଇଥିଲି ।

କିଛି ସମୟ ପରେ ଘର ବାହାରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା । ଯେତେବେଳେ ମୁଁ ଘରୁ ବାହାରିଲି, ମୁଁ ଦେଖିଲି ଯେ ତିନି ଜଣ ଲୋକ ପଳାଉଛନ୍ତି । ଯାହା ପରେ ମୋ ଉପରେ ଆକ୍ରମଣ ହୋଇଥିଲା, ତା’ପରେ ଆଖପାଖର ଲୋକମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହାପରେ ଆମେ ମୋ ପତ୍ନୀଙ୍କୁ ଉଠାଇବା ଆରମ୍ଭ କରିଥିଲୁ ଏବଂ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିଥିଲୁ । ଆମେ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲୁ । ମୃତକଙ୍କ ସ୍ୱାମୀ କହିଛନ୍ତି ଯେ ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମୋର ଜମିଜମା ବିବାଦ ରହିଛି, ଯେଉଁକାରଣରୁ ଅନେକ ଥର ମାଡ଼ ମରାଯାଇଛି । ମୋତେ ସେହି ଲୋକମାନେ ହତ୍ୟା କରିବାର ଯୋଜନା କରିଥିଲେ, କାରଣ ମୁଁ ନିଜେ ପ୍ରତିଦିନ ଘରବାରଣ୍ଡାରେ ଶୁଏ । ଅପରାଧୀମାନେ ନିଶ୍ଚୟ ମୋତେ ଭାବି ମୋ ପତ୍ନୀଙ୍କୁ ଗୁଳି ମାଡ଼ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking