26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶହୃଦୟ ବିଦାରକ ଘଟଣା: ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ହତ୍ୟା କଲା ରାକ୍ଷାସ ସ୍ୱାମୀ

ହୃଦୟ ବିଦାରକ ଘଟଣା: ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ହତ୍ୟା କଲା ରାକ୍ଷାସ ସ୍ୱାମୀ

ପାଟନା: ପାରିବାରିକ କଳହର କରୁଣ ପରିଣତି । ବିହାରରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା । ହିତାହିତ ଜ୍ଞାନ ହରାଇ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ରାକ୍ଷାସ ସ୍ୱାମୀ । ଅଜିମାବାଦ ଥାନା କ୍ଷେତ୍ରର ମିଲ୍କୀ ଗ୍ରାମରେ ଘଟିଛି ଏହି ଘଟଣା । ସ୍ତ୍ରୀଙ୍କ ସହିତ ଝଗଡା ହେବା ପରେ ସ୍ତ୍ରୀ ସହିତ ଦୁଇ ଛୁଆଙ୍କୁ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲା । ମୃତକମାନେ ହେଲେ ୩୫ ବର୍ଷୀୟ ସୀମା ଦେବି, ୮ ବର୍ଷୀୟ ସୌମ୍ୟା କୁମାରୀ ଏବଂ ୧୦ ମାସର ଛୁଆ ଦିଦବନ୍ତ କୁମାର । ତେବେ ହତ୍ୟାକାଣ୍ଡ ଘଟାଇ ଘରୁ ଫେରାର ହୋଇଯାଇଥିଲା ସୈତାନ ବାପା । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଯାଇଛି ।

ତେବେ ଏନେଇ ପ୍ରଥମେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଏସଡିପିଓ ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ । ପୋଲିସ ପକ୍ଷରୁ ଏଫଏସଏଲ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା । ତେବେ ହତ୍ୟା କରିଥିବା ଛୁରୀକୁ ଯବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲ ପଠାଇଥିଲା ପୋଲିସ । ତେବେ ପୋଲିସ ମଧ୍ୟ ଶୀଘ୍ର ତଦନ୍ତ ଆରମ୍ଭ କରି ପିଶାଚ ସ୍ୱାମୀକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣକ କାହିଁକି ଏଭଳି କାଣ୍ଡ ଭିଆଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ଭିନ୍ନ ଭିନ୍ନ କଥା କହୁଛନ୍ତି । କିନ୍ତୁ ପାରିବାରିକ କଳହ ଏହାର କାରଣ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking