ଭୁବନେଶ୍ୱର: ଆସନ୍ତାକାଲି ମୋଦୀଙ୍କ ଜନ୍ମ ଦିନରେ ସୁସ୍ଥ ନାରୀ ସଶକ୍ତ ପରିବା କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମ ଜରିଆରେ ତିଆରି ହେବ ଡିଜିଟାଲ ଡାଟାବେସ । ସେପ୍ଟେମ୍ବର ୧ରୁ ଅକ୍ଟୋବର ୨ ଯାଏଁ ଚାଲିବ ଏହି ଅଭିଯାନ । ୨୯ ହଜାର ସ୍କ୍ରିନିଙ୍ଗ ଓ ୩ ହଜାରରୁ ଅଧିକ ସ୍ୱାସ୍ଥ୍ୟ କ୍ୟାମ୍ପ ହେବ । ସ୍କ୍ରିନିଂ ତଥ୍ୟକୁ ନେଇ ଡିଜିଟାଲ ଡାଟାବେସ ତିଆରି କରିବେ ସରକାର । ବିଭିନ୍ନ କ୍ୟାନସର, ଋତୁସ୍ରାବ ସମସ୍ୟା ଓ ଅପପୃଷ୍ଟି ସ୍ଥିତି ନେଇ ଯାଞ୍ଚ ହେବ । କାଲି ଏହି ଅଭିଯାନକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।










