21.1 C
Bhubaneswar
Sunday, November 24, 2024
Homeଓଡିଶାସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ଲାଗି ହେଲ୍‌ଥକେୟାର ଆଇଏଫ୍ ଆରମ୍ଭ

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ଲାଗି ହେଲ୍‌ଥକେୟାର ଆଇଏଫ୍ ଆରମ୍ଭ

ଭୁବନେଶ୍ୱର: ବିଏମ୍‌ଏଫ୍  ପକ୍ଷରୁ ବିଏସ୍‌ଇ ହେଲ୍‌ଥକେୟାର ଆଇଏଫ୍ ଆରମ୍ଭ ହୋଇଛି । ଯାହାକି  ବିଏସ୍‌ଇ ହେଲ୍‌ଥକେୟାର ଇଣ୍ଡେକ୍ସକୁ ଟ୍ରାକ୍ କରି ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ୍ସପୋଜର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଇଣ୍ଡେକ୍ସରେ  ସ୍ୱାସ୍ଥ୍ୟସେବା ଶିଳ୍ପ ମଧ୍ୟରେ ଏକ ବିବିଧ ଶୃଙ୍ଖଳାର ଷ୍ଟକ୍ ଯେପରିକି ଫାର୍ମାସ୍ୟୁଟିକାଲ୍ସ, ହସ୍ପିଟାଲ, ଡାଇଗ୍ନୋଷ୍ଟିକ, ବାୟୋଟେକ୍ନୋଲୋଜି ଓ ମେଡିକାଲ ଉପକରଣ ଆଦି ସାମିଲ ରହିଛି । ଏହି ବ୍ୟବସ୍ଥା  ଅଗଷ୍ଟ ୨୧ ରୁ  ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବ । ତେବେ ଏ ସମ୍ପର୍କରେ ସିଇଓ ବିଶାଲ କପୁର କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ର, ବିଶେଷ କରି କୋଭିଡ୍‌-୧୯ ମହାମାରୀ ଭଳି ଆନ୍ତର୍ଜାତୀୟ ଆହ୍ୱାନଗୁଡିକ ସମୟରେ ଅସାଧାରଣ ସ୍ଥିରତା ଓ ଉଦ୍ଭାବନ ପ୍ରଦର୍ଶିତ କରିଛି । ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ଭ୍ୟାକ୍‌ସିନ ଉତ୍ପାଦନ, ଜେନେରିକ ଡ୍ରଗ୍ ଉତ୍ପାଦ ଓ ମେଡିକାଲ ଟୁରିଜିମ ପାଇଁ ବିଶ୍ୱବ୍ୟାପୀ ସୁପରିଚିତ ଅଟେ, ଯାହା ଏବେ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ରହିଛି । ଏହି ସଫଳତା ବର୍ଦ୍ଧିତ ଜୀବନଶୈଳୀ ସମ୍ପର୍କିତ ରୋଗ, ବୟସ୍କ ଜନସଂଖ୍ୟା ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ବର୍ଦ୍ଧିତ ପହଂଚ ଦ୍ୱାରା ପରିଚାଳିତ ହେଉଛି ।  ହେଲ୍‌ଥକେୟାର ଆଇଏଫ୍ ସମଗ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିବେଶ କରି ସୁଯୋଗ ପ୍ରଦାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking