ଭୁବନେଶ୍ୱର: ଏଫଏମ ଛାତ୍ରୀ ଆତ୍ମାହୁତି ବେଳେ ଉଦ୍ଧାର କରିବାକୁ ଯାଇ ଛାତ୍ର ଆହତ ଘଟଣାରେ ଆହତ ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କ ମାଆଙ୍କ ସହ କଥାହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଆହତ ଜ୍ୟୋତିପ୍ରକାଶ । ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ ଧ୍ୟାନ ଦେବାକୁ ବଣ୍ଣ ୟୁନିଟ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।










