14.1 C
Bhubaneswar
Friday, January 16, 2026
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଧନିଆପତ୍ର...

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଧନିଆପତ୍ର…

ଭୁବନେଶ୍ୱର : ଉତ୍ତମ ଶରୀର ପାଇଁ ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର । ସାଧାରଣତଃ ତରକାରୀରେ ସ୍ୱାଦ ବଢ଼ାଇବା ପାଇଁ ଧନିଆ ପତ୍ରର ବ୍ୟବହାର କରାଯାଏ । ଏହାକୁ ପକାଇବା ଦ୍ୱାରା ତାରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଶରୀର ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। କେବଳ ସ୍ୱାଦ ନୁହେଁ ବରଂ ଏହା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ । ଏହା ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିବାରେ ବେଶ ସହାୟକ ହୋଇଥାଏ। ଅନେକ ପୋଷକ ତତ୍ତ୍ୱରେ ଭରପୁର ଧନିଆ ପତ୍ର ହାଡକୁ ମଜଭୂତ କରିବା ସହ ହାଡ ଜନିତ ଅନେକ ରୋଗକୁ ଦୂରେଇ ରଖେ। ଧନିଆପତ୍ର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହାସହ ହୃଦୟ ଜନିତ ରୋଗ ଠାରୁ ଦୂରେଇ ରଖିଥାଏ। ଧନିଆପତ୍ରର ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହେ। ନିୟମିତ ଭାବେ ଧନିଆପତ୍ର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ହୋଇଥାଏ। ଧନିଆପତ୍ରର ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଏହା ଶରୀରରେ ଅତିରିକ୍ତ ମେଦକୁ ନଷ୍ଟ କରି ଦେଇଥାଏ। ଧନିଆରେ ବହୁ ପ୍ରକାର ଖଣିଜ, ଭିଟାମିନ ଭରପୁର ମାତ୍ରାରେ ରହିଛି। ଯାହା ଥାଇରଏଡ଼ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଧନିଆପତ୍ରର ପାଣି ରକ୍ତରରେ ଶର୍କରାରକୁ ନିୟନ୍ତ୍ରଣ କରିଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ। ଧନିଆପତ୍ରର ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଯକୃତକୁ ମଧ୍ୟ ସଫା ରଖିବାରେ ସହାୟକ ହୋଇଥାଏ। ଧନିଆପତ୍ରର ପାଣି ମଧ୍ୟ ପିଇପାରିବେ। ଏଥିପାଇଁ ଅଳ୍ପ କିଛି ଧନିଆପତ୍ରକୁ ଏକ ଗ୍ଲାସ ପାଣିରେ ପକାଇ ରାତିସାରା ଭିଜାଇ ଦିଅନ୍ତୁ। ସକାଳେ ପାଣିରୁ ଧନିଆପତ୍ର କାଢି ଏକ ବୁନ୍ଦା ଲେମ୍ବୁ ରସ ମିଶାଇ ପିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking