25.1 C
Bhubaneswar
Wednesday, January 8, 2025
Homeଓଡିଶାଏସ୍‌ସିବିରେ ଦୁଷ୍କର୍ମ ଘଟଣା; ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଦୁଷ୍କର୍ମ ଘଟଣା; ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ବଡ଼ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ଦ୍ୱାରା ଘଟିଥିବା ଦୁଷ୍କର୍ମ ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହା ଏକ ସ୍ପର୍ଶକାତର ଘଟଣା । ଘଟଣାର କ୍ଲିନିକାଲ ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି । ଯେଉଁ ଡାକ୍ତରଙ୍କ ନାମରେ ଅଭିଯୋଗ ଆସିଥିଲା ତାଙ୍କୁ ଗିରଫ କରାଯାଇଛି ।

ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଫାଇଣ୍ଡିଙ୍ଗ କମିଟି ରିପୋର୍ଟ ଦେବା ପରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ତଦନ୍ତ ନିର୍ଦ୍ଦେଶ ପରେ ଆଜି ଏସସିବିରେ ତିନିଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି । ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking