20.1 C
Bhubaneswar
Thursday, February 12, 2026
Homeଓଡିଶାଅଜଣା ଗାଡି ଧକ୍କାରେ ପ୍ରଧାନଶିକ୍ଷକ ମୃତ

ଅଜଣା ଗାଡି ଧକ୍କାରେ ପ୍ରଧାନଶିକ୍ଷକ ମୃତ

କେନ୍ଦ୍ରାପଡ଼ା: ସ୍ୱାଧୀନତା ଦିବସରେ କେନ୍ଦ୍ରାପଡ଼ାରୁ ସାମ୍ନାକୁ ଆସିଛି ଏକ ବଡ ଦୁର୍ଘଟଣାର ଖବର। ଅଜଣା ଗାଡି ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛିସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର ଶାସ୍ତ୍ରୀ। ସେ ମହାକାଳପଡ଼ା ବ୍ଲକ ସାନଗାଁ ବଜ୍ରମହାକାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ତାଙ୍କର ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଶ୍ରମ ବାଲିକୁଦା ଗ୍ରାମରେ।

ସ୍ବାଧୀନତା ଦିବସ ପାଇଁ ସକାଳୁ ସକାଳୁ ବିଦ୍ୟାଳୟକୁ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ବିଦ୍ୟାଳୟ ସମେତ ଆଶ୍ରମ ବାଲିକୁଦା ଗ୍ରାମରେ ଶୋକରେ ଛାୟା ଖେଳାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking