26.1 C
Bhubaneswar
Wednesday, February 11, 2026
Homeଓଡିଶାଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ସ୍କୁଲରେ ନାମ​‌ ଲେଖାଇବା ପାଇଁ ଜଣେ ଅଭିଭାବକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ଏହି ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଟି. ରାମପୁର ଗୋପାଳପୁର ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟର ନବୀନ ସାହୁ। ସୁମିତ୍ରା ନାଏକ ନାମ୍ନୀ ମହିଳାଙ୍କ ଝିଅକୁ ସ୍କୁଲରେ ନାମ ଲେଖାଇବା ପାଇଁ ସାହୁ ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁ କରିଥିଲେ। ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି। ଏହା ସହିତ ସ୍କୁଲରେ ଥିବା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ମେଦିନିପୁର ଗାଁରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking