22.1 C
Bhubaneswar
Monday, January 12, 2026
Homeଓଡିଶାଅଭିଯୋଗ କରିବାକୁ ଯାଇ ଥାନାରେ ହେଲେ ନିର୍ଯାତନାର ଶିକାର

ଅଭିଯୋଗ କରିବାକୁ ଯାଇ ଥାନାରେ ହେଲେ ନିର୍ଯାତନାର ଶିକାର

ଭୁବନେଶ୍ୱର : ଭୁବନେଶ୍ୱରରେ ଆର୍ମି କ୍ୟାପଟେନ ଗୁରୁବନ୍ତ ସିଂ, ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି। ରବିବାର ଦିନ ଭୁରତପୁର ଥାନାରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ଦେଇଥିଲା ନିର୍ଯାତନା। ତେଣୁ ଏ ନେଇ ପୂର୍ବତନ ସେନା କର୍ମଚାରୀ ସଂଘ ଅଭିଯୋଗ କରିଥିଲେ । ତେବେ ଏହି ମାମଲା ବର୍ତମାନ ଜାତୀୟ ମାନବାଧିକାର କମିସନରେ ମଧ୍ୟ ପହଞ୍ଚିଛି। ତେଣୁ ଏହି ସମସ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ। ଏହାସହିତ ଏହି ସମସ୍ତ ଘଟଣା ବାବଦରେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଅଧିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking