21.1 C
Bhubaneswar
Wednesday, February 4, 2026
Homeଓଡିଶାବନ୍ଧୁକ ଦେଖାଇ ଲୁଟିନେଲେ ୮ଲକ୍ଷ ୫୦ହଜାର ଟଙ୍କା

ବନ୍ଧୁକ ଦେଖାଇ ଲୁଟିନେଲେ ୮ଲକ୍ଷ ୫୦ହଜାର ଟଙ୍କା

ବାଣପୁର: ୧୬ନଂ ଜାତୀୟ ରାଜପଥ ଅଲାଇଡିହ ଛକ ବାଇପାସ ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଖବର ମୁତାବକ ଆଜି ସନ୍ଧ୍ୟାରେ ଚଣ୍ଡେଶ୍ୱର ସ୍ଥିତ ଶ୍ରୀଚଣ୍ଡ ହରଦେବ ରାଇସ ମିଲର କିଛି କର୍ମଚାରୀ କାର୍ ଯୋଗେ ବାଣପୁର ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଅଲାଇଡିହ ଛକ ବାଇପାସ୍‌କୁ ଉଠିବାକୁ ଥିବା ରାସ୍ତାରେ ତିନିଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସର୍‌ରେ ଆସି କାର୍ ଆଗରେ ଏକ ଟାଟା ଏସି ଗାଡି ରଖି କାର୍‌କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହ କାର୍‌ର କାଚ ଭାଙ୍ଗି କର୍ମଚାରୀମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗରେ ଥିବା ୮ଲକ୍ଷ ତିରିଶ ହଜାର ଟଙ୍କା ଏବଂ ଦୁଇ କର୍ମଚାରୀଙ୍କ ମୋବାଇଲ ନେଇ ଛୁ ମାରିଥିଲେ। ଖବର ପାଇ ବାଣପୁର ଆଇଆଇସି ରମେଶ ଦେବତା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରକାଶଥାଉ କି ଉକ୍ତ ରାଇସ ମିଲ ଦୀର୍ଘବର୍ଷ ଧରି ବେପାର କରୁଥିବାବେଳେ ବିଭିନ୍ନ ବାର ଅନୁଯାୟୀ କର୍ମଚାରୀ ମାନେ ଟଙ୍କା କଲେକ୍ସନ କରିଥାନ୍ତି। ଦୁର୍ବୃତ୍ତମାନେ ସେମାନଙ୍କୁ ପିଛା କରୁଥିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ତେବେ ବାଣପୁର, ନାଚୁଣୀ ଇଲାକରେ ଲଗାତାର ଚୋରି ଡକାୟତି ଭଳି ସଂଗୀନ ଅଭିଯୋଗ ଆସୁଥିବା ବେଳେ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking