26.8 C
Bhubaneswar
Monday, April 6, 2026
Homeଅପରାଧପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ

କେନ୍ଦ୍ରାପଡ଼ା : ଯୁବକଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ନିକଟ ବିରୂପା ପୋଲ ନିକଟରେ ଜଣେ ଯୁବକଙ୍କୁ ସ˚ଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକ ନିକିରାଇ ପଶ୍ଚିମସାହିର ମଣ୍ଟୁ ମଳିକଙ୍କ ପତ୍ତା ମିଳୁନି। ଆକ୍ରମଣର ଦୃଶ୍ୟ ସିସି କ୍ୟାମେରାରେ କଏଦ୍‌ ହୋଇଛି। ତାଙ୍କୁ ହତ୍ୟା ପରେ ନଦୀକୁ ଫିଙ୍ଗି ଦିଆଯାଇଛି ନା ସେ ନିଜେ ନଦୀକୁ ଡେଇଁ ପଡ଼ିଛନ୍ତି, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିଥିଲେ ମଧୢ ରିପୋର୍ଟ ଲେଖାହେଲା ବେଳକୁ ତାଙ୍କର ପତ୍ତା ମିଳିନାହିଁ। ପୁଲିସ ନଦୀଠୁ ପ୍ରାୟ ୭ କିଲୋମିଟର ଦୂର ବରୀର କୃଷ୍ଣନଗର ରାସ୍ତାରୁ ମଣ୍ଟୁଙ୍କ ବାଇକ୍‌ ଜବତ କରିଛି।ଅପରାହ୍ନ ପ୍ରାୟ ୪ଟାରେ ୩ ଜଣ ଦୁର୍ବୃତ୍ତ ମଣ୍ଟୁଙ୍କୁ ଇନ୍ଦୁପୁର ନିକଟ ବିରୂପା ସେତୁ ନିକଟରେ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଥିବା କିଛି ଲୋକ ମଣ୍ଟୁଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ଧମକଚମକ ଦେବାରୁ ସେମାନେ ପଳାଇ ଯାଇଥିଲେ। ଦୁର୍ବୃତ୍ତମାନେ ମଣ୍ଟୁଙ୍କୁ ଘୋଷାଡ଼ି ଘୋଷାଡ଼ି ପୋଲ ଉପରକୁ ନେଇ ଯାଇଥିଲେ। ଏହି ଘଟଣା ପରେ ମଣ୍ଟୁଙ୍କର ଆଉ ପତ୍ତା ମିଳୁନାହିଁ। ତାଙ୍କୁ ଦୁର୍ବୃତ୍ତମାନେ ନଦୀରେ ଫିଙ୍ଗି ଦେଇଥିବା କିଛି ଲୋକ କହୁଥିବା ବେଳେ ଆଉ କେହି ସେ ନିଜକୁ ବଞ୍ଚାଇବା ଲାଗି ନଦୀକୁ ଡ଼େଇଁ ପଡ଼ିଥିବା କହୁଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ‌ସନ୍ଦେହ କରାଯାଉଛି। ଆକ୍ରମଣ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ୩ ଦୁର୍ବୃତ୍ତ ବିରୂପା ସେତୁ ଦେଇ ବରୀ ବ୍ଲକ୍‌ର ଗମୁ ପଟକୁ ଯାଉଥିବା ଏଥିରେ ଦେଖିବାକୁ ମିଳିଛି। ସେତୁର ଉଭୟ ପାର୍ଶ୍ବ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking