14.1 C
Bhubaneswar
Sunday, December 7, 2025
Homeଓଡିଶାନିଲମ୍ବିତ ନୁହେଁ ଇସ୍ତଫା ଦେଇଛି: ପ୍ରଫୁଲ୍ଲ

ନିଲମ୍ବିତ ନୁହେଁ ଇସ୍ତଫା ଦେଇଛି: ପ୍ରଫୁଲ୍ଲ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା କହିଲେ ପ୍ରଫୁଲ୍ଲ ମଲ୍ଲିକ । ବିଜେଡି ବିଦା କରିବା ପୂର୍ବରୁ ମୁଁ ଇସ୍ତଫା ଦେଇଛି । ବ୍ୟକ୍ତିଗତ କାରଣ ଯୋଗୁଁ ଦଳରୁ ଇସ୍ତଫା ଦେଇଛି । ଦେବୀ ମିଶ୍ରଙ୍କୁ ଇସ୍ତଫା ପତ୍ର ପଠାଇଛି କହିଲେ ପ୍ରଫୁଲ୍ଲ ମଲ୍ଲିକ । ଅନ୍ୟପଟେ କୁହାଯାଉଛି ଯେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ଉପସଭାପତି ପ୍ରତାପ ଜେନା ନିଲମ୍ବନ କରିଛନ୍ତି ।ଗତକାଲି ପ୍ରଫୁଲ୍ଲ କହିଥିଲେ ଦଳ ଠିକ ଭାବେ ନଚାଲିଲେ ଛାଡିଦେବି ।ଏହାଛଡ଼ା ସେ ଆହୁରି କହିଥିଲେ ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି ଓ ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି  କହିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking