25.9 C
Bhubaneswar
Monday, April 6, 2026
Homeଓଡିଶାଏଥର ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

ଏଥର ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

ଭୁବନେଶ୍ୱର : ରାତି ହେଲେ, ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ରାଜରାସ୍ତାରେ ଉତ୍ପାତ କରୁଛନ୍ତି ଅମାନିଆ, ଗାଡି ଚାଳକଙ୍କୁ କରୁଛନ୍ତି ଟାର୍ଗେଟ। ଯେଉଁମାନଙ୍କୁ ସାବାଡ କରିବାକୁ ଏବେ କମିଶନରେଟ ପୋଲିସ ଆରମ୍ଭ କରିଛି ଅଭିଯାନ। ରାତିରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ। ରାତି ୧୧ଟାରୁ ଭୋର ୪ଟା ପର୍ୟ୍ୟନ୍ତ ଭୁବନେଶ୍ୱରର ଛକ ଛକରେ ବ୍ୟାରିକେଡ ପକାଇ ଜଗୁଛି ପୋଲିସ। ମଦୁଆ ଓ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ଆକ୍ଟିଭ ମୋଡକୁ ଆସିଛି ପୋଲିସ। ବାଇକ ହେଉ କି ବଡ ଗାଡି, ରାତିରେ ବାହାରକୁ ବାହାରିଲେ ପୋଲିସ କରୁଛି ଚେକିଂ। ଖୋଦ୍ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଅପରେସନର ମଙ୍ଗ ଧରିଛନ୍ତି। ଖାସକରି ଶନିବାର ଓ ରବିବାର ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂକୁ ବ୍ୟାପକ କରାଯାଉଛି। ଭୁବନେଶ୍ୱରର ଗଳିକନ୍ଦିରୁ ମୁଖ୍ୟରାସ୍ତା ସବୁଠି ସଜାଗ ପୋଲିସ। କମିଶନରେଟ ପୋଲିସର ଏଭଳି ଅପରେସନ ସାମୟିକ ନହୋଇ ସବୁଦିନିଆ ହେଲେ ରାଜଧାନୀରେ ଅପରାଧୀଙ୍କ ପ୍ରାଦୁର୍ଭାବ କମିବ ବୋଲି ଭୁବନେଶ୍ୱରବାସୀଙ୍କର ଆଶା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking