24.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଲୁଣ ପାଣିରେ ଘର ପୋଛୁଛନ୍ତି କି? ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର କ’ଣ କହୁଛି....

ଲୁଣ ପାଣିରେ ଘର ପୋଛୁଛନ୍ତି କି? ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର କ’ଣ କହୁଛି….

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଲୋକେମାନେ ବହୁ ବିପଦରେ ପଡୁଛନ୍ତି । ଏଥି ସହ ଯଦି ଆପଣ ବାସ୍ତୁଶାସ୍ତ୍ର ନିୟମାନୁଯାୟୀ କିଛି କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ଜୀବନଶୈଳୀ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ । ଆପଣ ଯେତେବେଳେ କିଛି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ ଦେଥିବେ ସମସ୍ତ କାର୍ଯ୍ୟ ଠିକ୍ ଭାବରେ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏଠାରେ ବାସ୍ତୁଶାସ୍ତ୍ର କ’ଣ କହୁଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଉପରେ ଯଦି କିଛି ନକାରାତ୍ମକ ପ୍ରଭାବ ରହିଥାଏ, ତା’ ହେଲେ ପାଣିରେ କିଛି ଲୁଣ ପକାଇ ସେଥିରେ ଘର ପୋଛିଲେ ସୁଫଳ ମିଳେ। କିନ୍ତୁ ଏହି ଉପାୟ ସବୁଦିନ କରିବା ଠିକ୍ ନୁହେଁ।

ଖାସ୍ କରି ଗୁରୁବାର ତ ଆଦୌ ନୁହଁ। ତା’ ଛଡ଼ା ମଙ୍ଗଳବାର, ରବିବାର ଦିନ ବି ପାଣିରେ ଲୁଣ ପକାଇ ଘର ପୋଛିବା ଭଲ ନୁହେଁ। ସେହିପରି ଘର ପୋଛିବା ସମୟରେ ଯଦି ହଠାତ୍ କିଏ ଚାଲି ଆସନ୍ତି, ତା’ ହେଲେ ତାଙ୍କ ସାମ୍ନାରେ କେବେ ବି ପାଣିରେ ଲୁଣ ପକାଇବେ ନାହିଁ। ଆଉ ଯଦି ଘର ସଫାସଫି କରିବା ପାଇଁ ସହାୟକ/ସହାୟିକାଙ୍କର ସାହାଯ୍ୟ ନେଉଥାନ୍ତି, ତା’ ହେଲେ ମଧ୍ୟ ପାଣିରେ ଲୁଣ ପକାଇବା ସମୟରେ ସେ ଯେମିତି ନ ଦେଖିପାରନ୍ତି ସେଥିପ୍ରତି ନଜର ରଖିବା ଆବଶ୍ୟକ । ନଚେତ୍ ଏହି ଉପାୟର କିଛି ବି ସୁଫଳ ମିଳେ ନାହିଁ ବୋଲି ବିଶ୍ୱାସ କରାଯାଏ । ଏହାଛଡ଼ା ଯେଉଁ ଲୁଣ ମିଶା ପାଣିରେ ଘର ଫୋଛୁଛନ୍ତି, ତାହାକୁ ଘର ଭିତରେ ଥିବା ନାଳରେ ନ ଢାଳି ଘର ବାହାରେ ଥିବା ନାଳରେ ଢାଳିଲେ ଉତ୍ତମ ଫଳାଫଳ ମିଳିଥାଏ । କାରଣ ଘର ଭିତରେ ଥିବା ନାଳରେ ଏହି ପାଣି ଢାଳିଲେ, ଘରେ ଥିବା ନକାରାତ୍ମକ ଶକ୍ତି ସେହି ଘରେ ହିଁ ରହିଯାଏ। ଏହିକିଛି କଥା ଉପରେ ନଜର ଦେଲେ ଲୁଣ ପାଣିରେ ଘର ପୋଛିବା ଉତ୍ତମ ଫଳ ପ୍ରଦାନ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking