19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ, ସ୍ପଷ୍ଟ କଲା ଇସ୍ରାଏଲ

ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ, ସ୍ପଷ୍ଟ କଲା ଇସ୍ରାଏଲ

ଲେବାନ : ଲେବାନନର ଦକ୍ଷିଣ ବେରୁଟ ସହରରେ ଇସ୍ରାଏଲ ଗତ ଶୁକ୍ରବାରଠାରୁ ଜାରି ରଖିଥିବା ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛି। ନସରଲ୍ଲା ସହିତ ତା’ର ଝିଅ ମଧ୍ୟ ପ୍ରାଣ ହରାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଶନିବାର ଏହା ସ୍ପଷ୍ଟ କରାଯାଇଛି। ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସାଙ୍ଗକୁ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଇଛି। ଆଇଡିଏଫ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ। ଆଇଡିଏଫ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ କମାଣ୍ଡରଙ୍କୁ ନିପାତ କରିଛୁ। ଦକ୍ଷିଣ ବେରୁଟରେ ହେଜବୋଲ୍ଲା ମୁଖ୍ୟାଳୟ ଉପରେ ଶୁକ୍ରବାର କରାଯାଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ଏବଂ ତା’ର ଝିଅ ଜୈନବ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking