20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହରିଆଣା ବିଧାନସଭା ନିର୍ବାଚନ: ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ

ହରିଆଣା ବିଧାନସଭା ନିର୍ବାଚନ: ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ (୧୮-୬୦) ମାସିକ ୨୦୦୦ ଟଙ୍କା ଏବଂ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି। ମଧ୍ୟପ୍ରଦେଶର ଲାଡଲି ବେହନ ଯୋଜନା ଏବଂ ମହାରାଷ୍ଟ୍ରର ଲାଡ଼ଲି ବେହନ ଯୋଜନା ପରି ହରିଆଣାରେ ମଧ୍ୟ କଂଗ୍ରେସ ଆସିଲେ ମହିଳାମାନଙ୍କୁ ଆର୍ôଥକସ୍ତରରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛି।

କଂଗ୍ରେସ ନିଜ ଘୋଷଣାପତ୍ରରେ ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା, ଯୁବଗୋଷ୍ଠୀଙ୍କୁ ରୋଜଗାର, କୃଷି, କ୍ରୀଡା କ୍ଷେତ୍ରରେ ମଧ୍ୟ ଜନ କଲ୍ୟାଣକାରୀ ଯୋଜନା ଆଣିବାକୁ ଘୋଷଣା କରିଛି। ସେହିପରି ଚାଷୀଙ୍କ ଉନ୍ନତି ପାଇଁ କୃଷକ ଆୟୋଗ ଗଠନ କରିବା ସହ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ମଧ୍ୟ ଗ୍ୟାରେଣ୍ଟି ଦେଇଛି। ଏତଦ୍‌ବ୍ୟତୀତ ଗରିବ ଶ୍ରେଣୀର ଲୋକଙ୍କୁ ୨୦୦ ବର୍ଗର ଜମି ସହନ ୨ କଠୋରୀ ବିଶିଷ୍ଟ ବାସଗୃହ ଯୋଗାଇ ଦିଆଯିବା, ରାଜ୍ୟରେ ଜାତିଗତ ଜନଗଣନା କରାଯିବା, କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟରେ ଏକ ଦୃଢ଼ କ୍ରୀଡା ନୀତି ଆଣିବାକୁ ମଧ୍ୟ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ଏତଦ୍‌ବ୍ୟତୀତ ପୁରୁଣା ଭତ୍ତା ଯୋଜନାରେ ମଧ୍ୟ ପରିବର୍ତ୍ତନ କରିବା ପୂର୍ବକ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ବୁଢାପା ଯୋଜନା, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତା ମାଧ୍ୟମରେ ମାସକୁ ୬୦୦୦ ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦେବାକୁ କଂଗ୍ରେସ କହିଛି। ଶନିବାର ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରାଯିବା ସମୟରେ ପ୍ରଦେଶ କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ହରିଆଣା ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟ ଭାନ୍ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking