26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଅଲଗା ହେଲେ ହାର୍ଦ୍ଦିକ-ନତାଶା

ଅଲଗା ହେଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ : ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଅଲଗା ହେଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନକୋଭିକ । ଉଭୟ ମିଳିତ ବିବୃତ୍ତି ଜାରି କରି ଛାଡପତ୍ର ନେଇ ଘୋଷଣା କରିଛନ୍ତି । ହାର୍ଦ୍ଦିକ ଓ ନତାଶା ଉଭୟ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଉଭୟଙ୍କ ପାଇଁ ବେଶ ମୁସ୍କିଲ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ପୋଷ୍ଟରେ ହାର୍ଦ୍ଦିକ ଲେଖିଛନ୍ତି, “୪ବର୍ଷ ସାଥୀରେ ରହିବା ପରେ, ନତାଶା ଓ ମୁଁ ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଛୁ । ଏହି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଆମେ ଉଭୟ ଉଦ୍ୟମ କରିଥିଲୁ । କିନ୍ତୁ ଏବେ ଅଲଗା ହେବା ଆମ ଦୁହିଁଙ୍କ ପାଇଁ ଠିକ ବୋଲି ହୃଦୟଙ୍ଗମ କରିଛୁ । ଏହି ନିଷ୍ପତ୍ତି ଆମ ପାଇଁ ବହୁତ ମୁସ୍କିଲ ଥିଲା। ସେ କହିଛନ୍ତି, “ଆମେ ଅଗସ୍ତ୍ୟକୁ ପାଇ ବହୁତ ଭାଗ୍ୟଶାଳୀ । ଯିଏକି ଏବେ ଯେମିତି ଆଗକୁ ମଧ୍ୟ ଆମ ଜୀବନର ଆଧାର ହୋଇ ରହିବ । ଆମେ ଉଭୟ ମିଶି ତାର ଦେଖାରଖା କରିବୁ । ତାକୁ ଦୁନିଆର ସବୁ ଖୁସି ମିଳୁ, ସେ ନେଇ ଆମେ ଚେଷ୍ଟା କରିବୁ । ତା ଖୁସି ପାଇଁ ଆମେ ସବୁ କିଛି କରିବୁ । ଆଶା ଆପଣମାନେ ଆମକୁ ସହଯୋଗ କରିବେ । ଏହି କଠିନ ସମୟରେ ଆମ ବ୍ୟକ୍ତିଗତ ଜୀବନକୁ ବୁଝିବେ । ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବହୁ ଦିନ ଧରି ନତାଶାଙ୍କୁ ଡେଟ୍ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପ୍ରଥମେ ଜାନୁଆରୀ ୧ରେ ଉଭୟ ଇଣ୍ଟିମେଟ ସେରିମନିରେ ନିର୍ବନ୍ଧ କରିଥିଲେ । ଏହାପରେ କୋଭିଡ ସମୟରେ ମେ ୩୧ରେ ବିବାହ କରିଥିଲେ । ଏହାପରେ ଜୁଲାଇ ୩୦ତାରିଖରେ ଉଭୟ ପୁତ୍ର ସନ୍ତାନ ଅଗସ୍ତ୍ୟକୁ ୱେଲକମ କରିଥିଲେ । ନତାଶା ଓ ହାର୍ଦ୍ଦିକ ଦ୍ବିତୀୟ ଥର ଲାଗି ଫେବୃଆରୀ ୧୪ରେ ଗ୍ରାଣ୍ଡ ୱେଡିଂରେ ପୁଣି ଥରେ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking