କୋରାପୁଟ: ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଛି । ହାର୍ଡକୋର ମାଓବାଦୀ କୁଞ୍ଜମ ହିଡମା ଗିରଫ ହୋଇଛନ୍ତି । ପାଟ୍ରୋଲିଂ ବେଳେ କୁଞ୍ଜମକୁ ଗିରଫ କରିଛି ପୋଲିସ । କୁଞ୍ଜମଠାରୁ ଏକେ- ୪୭, ଗୋଳାବାରୁଦ ଜବତ ହୋଇଛି । ହିଡମା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା । କୋରାପୁଟରେ ହିଡମା ନାଁରେ ୪ଟି ମାମଲା ରହିଛି । ସେହିପରି ମାଲକାନଗିରି ଜିଲ୍ଲାରେ ୩ଟି ମାମଲା ରହିଛି ।