25.1 C
Bhubaneswar
Monday, January 12, 2026
Homeମନୋରଞ୍ଜନହାପି ବର୍ଥ ଡେ କରିସ୍ମା

ହାପି ବର୍ଥ ଡେ କରିସ୍ମା

ମୁମ୍ବାଇ : ଆଜି ପଚାଶ ବର୍ଷରେ ପାଦ ରଖିଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା ୯୦ ଦଶକରେ ଏକାକୀ ବଲିଉଡରେ ରାଜ କରୁଥିଲେ । ତାଙ୍କର ପୂରା ପରିବାର ବଲିଉଡ ଦ୍ବାରା ଯୋଡି ହୋଇଥିଲେ । ସେ ମଧ୍ୟ ବଲିଉଡରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କରିସ୍ମା ଶ୍ରୀଦେବୀ ଏବଂ ମାଧୁରୀଙ୍କ ଭଳି ଜଣେ ବଡ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ସେଥିପାଇଁ ସେ ମାତ୍ର ୧୮ ବର୍ଷ ବୟସରେ ବଲିଉଡରେ ପାଦ ରଖିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୯୧ ରେ ମୁକ୍ତିଲାଭ କରିଥିବା ‘ପ୍ରେମ କୈଦି’ । ଗୋବିନ୍ଦାଙ୍କ ସହ ରାଜ ବାବୁ ଫିଲ୍ମରେ ଅଭିନୟ କରିଥିଲେ କରିଥିଲେ। ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ କରିସ୍ମାଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇ ହାଇଥିଲା । ୧୯୯୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହା ପରେ ଅଭିନେତ୍ରୀ ୨୦୦୩ରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ୧୩ ବର୍ଷ ପରେ ୨୦୧୪ ରେ ଛାଡପତ୍ର ସହିତ ସମାପ୍ତ ହୋଇଥିଲା ।ଏହି ବିବାହରୁ କରିସ୍ମାଙ୍କର ଦୁଇଟି ସନ୍ତାନ ଅଛନ୍ତି, ପୁଅ କିଆନ ରାଜ କପୁର ଏବଂ ସମାଇରା କପୁର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking