28.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଅଧିକ ଖୁସି ହେଲା କାଳ; ୩୩ କୋଟି ଟଙ୍କା ଜିତି ହୃଦଘାତରରେ ବ୍ୟକ୍ତିଙ୍କ ମୃତ୍ୟୁ

ଅଧିକ ଖୁସି ହେଲା କାଳ; ୩୩ କୋଟି ଟଙ୍କା ଜିତି ହୃଦଘାତରରେ ବ୍ୟକ୍ତିଙ୍କ ମୃତ୍ୟୁ

ସିଙ୍ଗାପୁର : ସିଙ୍ଗାପୁରରେ ଘଟିଛି ଅଭାବନୀୟ ଘଟଣା । ୩୩ କୋଟିର ଜ୍ୟାକପଟ୍ ଜିତିବା ପରେ ହୃଦଘାତର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ସୂଚନା ଅନୁଯାଇ ,ସିଙ୍ଗାପୁର ଏକ ଜଣାଶୁଣା କ୍ୟାସିନୋକୁ ଜୁଆ ଖେଳିବାକୁ ଆସିଥିଲେ ଜଣେ ବ୍ୟକ୍ତି। ତେବେ ଜୁଆ ଖେଳୁ ଖେଳୁ ଚମକି ଉଠିଥିଲା ତାଙ୍କ ଭାଗ୍ୟ ଯେଉଁଠାରେ ଜଣେ ବ୍ୟକ୍ତି କ୍ୟାସିନୋକୁ ଜୁଆ ଖେଳିବାକୁ ଯାଇ ହୃଦଘାତର ଶିକାର ହୋଇଛନ୍ତି । ଜୁଆ ଖେଳରେ ୩୩ କୋଟିର ଜ୍ୟାକପଟ୍‌ ଲାଗିବା ପରେ ଜଣେ ବ୍ୟକ୍ତି ହୃଦଘାତରେ ତଳି ପଡିଛନ୍ତି । ତେବେ ଜୁଆ ଖେଳୁ ଖେଳୁ ହଠାତ୍ ଭାଗ୍ୟ ଚମକିବା ସହ ମୋଟା ଅଙ୍କର ଧାନ ରାଶି ଜିତିଥିଲେ ଉକ୍ତ ବ୍ୟକ୍ତି । ସେ ପ୍ରାୟ ୩.୨ ମିଲିଅନ୍ ବା ଭାରତୀୟ ଟଙ୍କା ଅନୁସାରେ ୩୩ ଟଙ୍କା ଜିତିଥିଲେ । ଏହା ପରେ ଖୁସିରେ ନାଚିବାକୁ ଲାଗିଥିଲେ । ଏତିକିବେଳେ ହଠାତ୍ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯିବା ସହ ଚିକିତ୍ସା କରାଯିବା ପରେ ବ୍ୟକ୍ତି ଜଣକ ସ୍ଥିର ଥିବା କୁହାଯାଉଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି କିନ୍ତୁ କ୍ୟାସିନୋ ମାଲିକ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking