ଭୁବନେଶ୍ୱର : ରିମାଣ୍ଡରେ ଯୁବାବେଳେ କାନ୍ଦିଲେ ହଂସିତା । କହିଲେ ମୋତେ ଫସାଇ ଦିଆଯାଇଛି । କିଛି ଏଭଳି କହି କାନ୍ଦିଲେ ହଂସିତା । ରିମାଣ୍ଡରେ ନେବା ପୂର୍ୱରୁ ଦୁହିଁଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ ଯିବା ସମୟରେ କାନ୍ଦିଛନ୍ତି ହଂସିତା । ଯେଉଁମାନେ ଆମ ନାଁ ରେ କେସ କରିଛନ୍ତି ଆମେ ସେମାନଙ୍କୁ ଚିହ୍ନିନୁ । ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଅନୀଲ ଏବଂ ହଂସିତା । ଉଭୟଙ୍କୁ ଯେତେବେଳେ ସ୍ପେଶାଲ କ୍ରାଇମ ୟୁନିଟ ଜେରା କରୁଛି , ସେତେବେଳେ ଠକେଇର ସିଣ୍ଡିକେଟ କଣ ରହିଥିଲା ପୂରା ଖିଅ ଖୋଜିବ ସ୍ପଶାଲ କ୍ରାଇମ ୟୁନିଟ । ପୂର୍ୱରୁ ଡିଜିଟାଲ ଡିଭାଇଲକୁ ମଧ୍ୟଗ୍ଧେଟ ଫରେନସିକ ଲ୍ୟାବକୁ ପଠାଯାଇଥିଲା ।