26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଅନ୍ଧକାରରେ ବୁଡ଼ିଯିବ ଅର୍ଦ୍ଧାଧିକ ବାଂଲାଦେଶ; ୫୦୦ ମିଲିଅନ୍ ଡଲାର ପୈଠ କରିବାକୁ ଚାପ ପକାଇଲା ଅଦାନୀ...

ଅନ୍ଧକାରରେ ବୁଡ଼ିଯିବ ଅର୍ଦ୍ଧାଧିକ ବାଂଲାଦେଶ; ୫୦୦ ମିଲିଅନ୍ ଡଲାର ପୈଠ କରିବାକୁ ଚାପ ପକାଇଲା ଅଦାନୀ ଗ୍ରୁପ୍‌

ଢାକା: ବାଂଲାଦେଶରେ ସରକାର ପରିବର୍ତ୍ତନ ହେବା ପରେ ମଧ୍ୟ ଏଠାରେ ବ୍ୟାପକ ଅରାଜକତା ତଥା ହିଂସାକାଣ୍ଡ ଜାରି ରହିଛି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ବିଫଳ ହୋଇଛନ୍ତି। ଏସବୁ ମଧ୍ୟରେ ଭାରତରେ ଶରଣ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସମାଲୋଚନା କରିବା ଆଳରେ ମହମ୍ମଦ ୟୁନୁସ୍ କେତେକାଂଶରେ ଭାରତକୁ ମଧ୍ୟ ନାଲିଆଖି ଦେଖାଇବାରେ ଲାଗିଛନ୍ତି। ତେବେ ଏସବୁ ମଧ୍ୟରେ ବାଂଲାଦେଶ ପାଇଁ ଏକ ଭାରତୀୟ କମ୍ପାନୀ ଏବେ ବଡ଼ ବିଷମ ପରିସ୍ଥିତି ସୃଷ୍ଟି କରିଦେଇଛି।
ରିପୋର୍ଟ ଅନୁସାରେ ଅଦାନୀ ଗ୍ରୁପ୍ ପକ୍ଷରୁ ଏବେ ବିଦ୍ୟୁତ୍ ବିଲ୍ ପୈଠ ବାବଦ ବକେୟା ପଡ଼ିଥିବା ପ୍ରାୟ ୫୦୦ ମିଲିଅନ୍ ଡଲାର ପରିମାଣର ଅର୍ଥକୁ ତୁରନ୍ତ ପୈଠ କରିବାକୁ ବାଂଲାଦେଶ ସରକାରଙ୍କ ଉପରେ ଚାପ ପକାଯାଇଛି। ନିର୍ଦ୍ଦିଷ୍ଟ ସମୟ ସୀମା ସୁଦ୍ଧା ଏହି ପରିମାଣ ପୈଠ କରାନଗଲେ କମ୍ପାନୀ ଆଉ ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ କରିବନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି। ତେବେ ଅଦାନୀ ଗ୍ରୁପ୍ ଯଦି ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଏ ତେବେ ସମ୍ପୂର୍ଣ୍ଣ ବାଂଲାଦେଶ ଅନ୍ଧକାର ଏକ ବୃହତ୍ ଗର୍ତ୍ତ ମଧ୍ୟକୁ ଠେଲି ହୋଇଯିବା ନିଶ୍ଚିତ। ତେବେ ଗୋଟିଏ ପଟେ ବାଂଲାଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ବାଂଲାଦେଶ ଏବେ ଏତେ ପରିମାଣର ଅର୍ଥ କେଉଁଠୁ ଆଣିବ ସେନେଇ ଚିନ୍ତାରେ ପଡ଼ିଯାଇଛି।
ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଦାନୀ ଗ୍ରୁପ ଏହାର ୧୬୦୦ ମେଗାୱାଟ୍ ବିଦ୍ୟୁତ୍ ଗୋଡ୍ଡା ପ୍ଲାଣ୍ଟରୁ ବାଂଲାଦେଶକୁ ଯୋଗାଇଥାଏ। ଶେଖ୍ ହସିନା ଏଠାରେ ପ୍ରଧାନମନ୍ତ୍ରୀ ଥିବା ସମୟରୁ କମ୍ପାନୀ ସହ ବାଂଲାଦେଶ ସରକାରଙ୍କ ଏନେଇ ଚୁକ୍ତି ହୋଇଥିଲା। ବର୍ତ୍ତମାନ ମହମ୍ମଦ ୟୁନୁସ ଏହାକୁ ଏକ ମହଙ୍ଗା କାରବାର ବୋଲି କହିବା ଆରମ୍ଭ କରିଛନ୍ତି। ଅଦାନୀ ଗ୍ରୁପ୍ ସହ ହୋଇଥିବା ଏହି ଡିଲ୍‌ରେ ସ୍ୱଚ୍ଛତା ବଜାୟ ରଖାଯାଇନଥିବା ସେ କହିଛନ୍ତି। ଏସବୁ ମଧ୍ୟରେ ଭାରତ ପ୍ରତି ମଧ୍ୟ ୟୁନୁସ ସରକାରଙ୍କ ଆଭିମୁଖ୍ୟ ବିଶେଷ କିଛି ଭଲ ନାହିଁ। ଏସବୁ ମଧ୍ୟରେ ଅଦାନୀ ଗ୍ରୁପ୍ ବାଂଲାଦେଶର ଏହି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ତୁରନ୍ତ ବକେୟା ଅର୍ଥ ପୈଠ କରିବାକୁ ଚେତାବନୀ ଦେଇଛନ୍ତି।
ଫାଇନାନ୍ସିଆଲ ରିପୋର୍ଟରେ ଦର୍ଶାଯାଇଛି ଯେ, ବାଂଲାଦେଶ ଉପରେ ଏବେ ବିଭିନ୍ନ ବିଜୁଳି କମ୍ପାନୀଙ୍କ ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ୍ ପରିମାଣ ୩.୭ ବିଲିୟନ ଡଲାରରେ ପହଞ୍ଚିଛି। ଏଥିମଧ୍ୟରୁ ପ୍ରାୟ ୪୯୨ ନିୟୁତ ଡଲାର କେବଳ ଅଦାନୀ ଗ୍ରୁପର ଅଟେ। ସେହିପରି ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ଦେବାକୁ ଥିବା ଅର୍ଥକୁ ମିଶାଇ ବାଂଲାଦେଶ ଅଦାନୀ ଗ୍ରୁପ୍‌କୁ ପ୍ରାୟ ୮୦୦ ମିଲିଅନ୍ ଡଲାର ଦେବ। ପ୍ରକାଶ, ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ôଥକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ ଏବଂ ବିଶ୍ୱ ବ୍ୟାଙ୍କ, ଆଇଏମ୍‌ଏଫ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭଳି ସଂସ୍ଥାର ଦ୍ୱାରସ୍ଥ ହେଉଛନ୍ତି। ଏସବୁ ମଧ୍ୟରେ ତାଙ୍କ ସରକାରଙ୍କ ପାଇଁ ଅଦାନୀ ଗ୍ରୁପ୍ ରୂପେ ଏକ ନୂଆ ବିପଦ ଉଭା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking