27.1 C
Bhubaneswar
Monday, January 19, 2026
Homeଅପରାଧ୨୨ ଥର ’ଦୃଶ୍ୟମ’ ଦେଖି ମହିଳାଙ୍କୁ ହତ୍ୟା କଲା ଜିମ୍ ଟ୍ରେନର

୨୨ ଥର ’ଦୃଶ୍ୟମ’ ଦେଖି ମହିଳାଙ୍କୁ ହତ୍ୟା କଲା ଜିମ୍ ଟ୍ରେନର

ନୂଆଦିଲ୍ଲୀ : ’ଦୃଶ୍ୟମ’ ଷ୍ଟାଇଲ’ରେ ମର୍ଡର। ପ୍ରଥମେ ମହିଳାଙ୍କୁ ଅପହରଣ,ତା’ପରେ ହତ୍ୟା। ଆଉ ତା ପରେ ମୃତଦେହକୁ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପୋତିଥିଲା ଅଭିଯୁକ୍ତ। ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ଏସବୁ ପ୍ଳାନିଂ ବଲିଉଡର କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଦୃଶ୍ୟମ’ କୁ ୨୨ଥର ଦେଖିବା ପରେ ପାଇଥିଲା ଆଇଡିଆ। ଏଭଳି କିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମାମଲା ଉତ୍ତର ପ୍ରଦେଶରୁ ଆସିଛି।

ହତ୍ୟାର ୪ ମାସ ପରେ କାନପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରୁ ମିଳିଛ ମହିଳାଙ୍କ ମୃତଦେହ। ମୃତ ମହିଳା ହେଉଛନ୍ତି କାନପୁର ସିଭିଲ୍‌ ଲାଇନ୍‌ରେ ରହୁଥିବା ବ୍ୟବସାୟୀ ରାହୁଲ ଗୁପ୍ତାଙ୍କ ପତ୍ନୀ ଏକତା। ଜୁନ୍‌ ୨୪ ତାରିଖ ସକାଳେ ତାଙ୍କ ପତ୍ନୀ ଏକତା ଗୁପ୍ତା ଗ୍ରୀନ୍‌ ପାର୍କ ଜିମ୍‌କୁ ଯାଇଥିଲେ। ତେବେ ସେଠାରୁ ସେ ଆଉ ଫେରି ନଥିଲେ। ଏହାପରେ ସ୍ୱାମୀ ରାହୁଲ ଗୁପ୍ତା ଜିମ୍‌ ଟ୍ରେନ୍‌ର ବିମଲ କୁମାର ତାଙ୍କ ପତ୍ନୀଙ୍କୁ ଅପହଣ କରିଥିବା ଅଭିଯୋଗ ଆଣିଥିଲେ। ପୋଲିସ ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଭିଯୁକ୍ତ ଜିମ୍ ଟ୍ରେନରକୁ ଗିରଫ କରିଛି। ଅଭିଯୁକ୍ତ ଜିମ୍‌ ଟ୍ରେନ୍‌ର ବିମଲ କୁମାରକୁ ପୋଲିସ ଗିରଫ ପରେ ପଚରା ଉଚରା କରୁଛି।

ଏହି ସମୟରେ ଅଭିଯୁକ୍ତ ଏକତାଙ୍କୁ ସେ କିଭଳି ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ତା’ରା ଖୁଲାସା ହୋଇଛି। ଏକତାଙ୍କ ମୃତଦେହ କାନପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ୪ ଫୁଟ୍‌ ମାଟି ତଳେ ପୋତି ଥିବା ପୁଲିସ ପଚରାଉଚରା ବେଳେ ଅଭିଯୁକ୍ତ ଖୁଲାସା କରିଥିଲା। ଏହାପରେ ପୋଲିସ ଜିଲ୍ଲାପାଳଙ୍କ ପରିସରରେ ଥିବା ବଗିଚାକୁ ଖୋଳିଥିଲା। ଏହାପରେ ମାଟି ତଳୁ ଏକତାଙ୍କ କଙ୍କଳା ଉଦ୍ଧାର ହୋଇଛି। ପୁଲିସ କହିବା ଅନୁସାରେ, ଏକତା ଓ ବିମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଜିନ୍ ଟ୍ରେନ୍‌ର ଯେତେବେଳେ ବିବାହ ଅନ୍ୟ ସ୍ଥାନରେ ଠିକ୍ ହୋଇଥିଲା ଏକତା ଏହାକୁ ବିରୋଧ କରିଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେଉଁଥିରେ ବିମଳ ହତ୍ୟା କରିବାକୁ ଯୋଜନା କରିଥିଲା। ଏକତାଙ୍କୁ ପ୍ରଲୋଭନ ଦେଖାଇ ବିମଲ ପ୍ରଥମେ ଅପହରଣ କରିଥିଲା।

ଅପହରଣ ଷଡ଼ଯନ୍ତ୍ର ପୂର୍ବରୁ ବିମଲ ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଓ ‘ଦୃଶ୍ୟମ-୨’କୁ ୨୨ ଥର ଦେଖିଥିଲା। କେବଳ ସେତକି ନୁହେଁ ଜିଲ୍ଲାପାଳଙ୍କ ଘର ଉପରେ ମଧ୍ୟ ନଜର ରଖିଥିଲା। ହତ୍ୟା ପରେ ଜିମ୍‌ ଟ୍ରେନ୍‌ର ଏକତାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପୁଲିସ ବର୍ତ୍ତମାନ ପୂରା ମାମଲାର ତଦନ୍ତ ଜାରି ରଖିଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୁକ୍ତର ଫିଲ୍ମ ଷ୍ଟାଇଲରେ ହତ୍ୟାକାଣ୍ଡ ମାମଲାକୁ ଦେଖି ପୋଲିସ ମଧ୍ୟ ଚକିତ। କାରଣ ଜିଲ୍ଲାପାଳଙ୍କ ବାସଭବନ ସବୁବେଳେ କଡା ସୁରକ୍ଷାରେ ଥାଏ। ଏହାପରେ ବି ୪ ଫୁଟର ଗାତ ଖୋଳି ମହିଳାଙ୍କ ମୃତଦେହ ଗୋଟିଏ ଦିନରେ ପୋତିବା ସମ୍ଭବ ନୁହେଁ। ଏବେ ଏହି ଘଟଣା କାନପୁର ପୋଲିସର ଚିନ୍ତା ବଢାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking