20.1 C
Bhubaneswar
Sunday, December 21, 2025
Homeଓଡିଶାଗୁରୁ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା ; ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳନ...

ଗୁରୁ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା ; ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳନ ସମାରୋହ ଅନୁଷ୍ଠିତ

ବଡ଼ସାହି : ବାଣୀପୀଠ ଦ୍ୱାରା ପରିଚାଳିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡ଼କ୍ଟର କୁମାର ବାବୁଲି ସଭାପତିତ୍ୱ କରି ଥିଲେ। ମୁଖ୍ୟଅତିଥି ଭାବେ କମଳ ଲୋଚନ ବାରିକ ଯୋଗଦାନ କରି ଗୁରୁ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା କାରଣ ଗୁରୁ ହିଁ ଆଲୋକ ବର୍ତ୍ତିକା ସେ ଅନ୍ଧାରରୁ ଆଲୋକ ଆଡ଼କୁ ଆଣି ମୁକ୍ତିର ପଥ ଦେଖାଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ସୁମନ କଲ୍ୟାଣ ଦେ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ରାଉତ ସୂର୍ଯ୍ୟକାନ୍ତି ପୁହାଣ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ବିଭିନ୍ନ ଗଳ୍ପ ଉପସ୍ଥାପନ କରି ଥିଲେ। ବକ୍ତା ଭାବେ ଗୁରୁଜୀ ରଣଜିତ୍ ମହାନ୍ତି, କବି କାର୍ତ୍ତିକ ସେଠୀ, ଅତୁଲ୍ୟ ସୁନ୍ଦର ଭଞ୍ଜ ବାବୁ, ଦୀପକ କୁମାର ଦାସ, ବେଣୁଧର ବେହେରା, ରୀନା ଷଡଙ୍ଗୀ, ବିଣାପାଣି ବାରିକ, ବୃନ୍ଦାବତୀ ନାଏକ, ସୋନାକ୍ସି ଦଣ୍ଡପାଟ, ରଶ୍ମିତା ମହାନ୍ତ, ମଧୁସ୍ମିତା ବାରିକ ଓ ପ୍ରିୟଙ୍କା ମହାନ୍ତ ନିଜ ନିଜ ବକ୍ତବ୍ୟରେ ଯୁଗେ ଯୁଗେ ଗୁରୁଙ୍କ ମହିମା ଓ ଗୁରୁଙ୍କୁ ଭକ୍ତି ଓ ସମ୍ମାନ ଜଣାଇ କିଏ କେଉଁ ଆଶିଷ ଲାଭ କରି ମହାନ ହୋଇ ଯାଇଛନ୍ତି ସେ ମର୍ମରେ ସୂଚନା ପ୍ରଦାନ କରି ଥିଲେ। ଗୁରୁମା ସୌଭାଗ୍ୟବତୀ ରାଉତ, ସବିତା ମହାନ୍ତି, ନିହାରିକା ପାତ୍ର ଓ ଶ୍ଵେତଲିନା ମିଶ୍ରଙ୍କ ଦ୍ୱାରା ଗୁରୁ ପୂଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୁରୁମା ମଳୟ ମଞ୍ଜରୀ ରଥ ଓ ବର୍ଷାରାଣୀ ମହାନ୍ତଙ୍କ ତତ୍ତ୍ବାବଧାନରେ ପିଲାମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଗୁରୁଜୀ ଗୁରୁମାଙ୍କ ନାମରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩୦ଟି ବୃକ୍ଷ ରୋପଣ କରି ଥିଲେ। ଶେଷରେ ଶୁଭଜିତ ଶୁଭଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking