35.1 C
Bhubaneswar
Monday, March 23, 2026
Homeଅପରାଧଗୁଣିଗାରେଡି ସନ୍ଦେହ : ଦମ୍ପତିଙ୍କୁ ନିର୍ମମ ହତ୍ୟା

ଗୁଣିଗାରେଡି ସନ୍ଦେହ : ଦମ୍ପତିଙ୍କୁ ନିର୍ମମ ହତ୍ୟା

ଗଜପତି : ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଦୁର୍ବୃତ୍ତ ଦମ୍ପତିଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଟୁଁଗୁରୁ ଗାଁର ଚୈତନ୍ୟ ମଣ୍ଡଳ ଓ ଇଜମାୟୀ ମଣ୍ଡଳ । ସେମାନେ ଗାଁଠୁ ପ୍ରାୟ ୧ କିମି ଦୂର ପାହାଡ଼ ଉପରେ ରହିଥାନ୍ତି। ସେଠାରେ ଚୈତନ୍ୟ ଚେରମୂଳି ପ୍ରସ୍ତତି କରି ଲୋକଙ୍କ ଚିକିତ୍ସା କରିଥାନ୍ତି। ମାତ୍ର ଚୈତନ୍ୟ ଗୁଣିଗାରେଡ଼ି କରିଥିବା ନେଇ ଗାଁ ଲୋକେ ବହୁ ଦିନ ହେବ ସନ୍ଦେହ କରୁଥିଲେ। ତେଣୁ ଏହି କାରଣରୁ ଉଭୟଙ୍କ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥାଇପାରେ ବୋଲି ଜଣାଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking