27.1 C
Bhubaneswar
Monday, June 23, 2025
Homeଦେଶ ବିଦେଶଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ: ୭ ଛାତ୍ରଛାତ୍ରୀଙ୍କ ସମେତ ୧୧ ମୃତ

ଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ: ୭ ଛାତ୍ରଛାତ୍ରୀଙ୍କ ସମେତ ୧୧ ମୃତ

ଗ୍ରାଜ୍‌ : ୟୁରୋପୀୟ ଦେଶ ଅଷ୍ଟ୍ରିଆର ଦ୍ୱିତୀୟ ବୃହତ୍ତମ ସହର ଗ୍ରାଜ୍‌ରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଥିବା ଏବଂ ଏଥିରେ ୭ ଛାତ୍ରଛାତ୍ରୀଙ୍କ ସମେତ ମୋଟ୍ ୧୧ଜଣ ପ୍ରାଣ ହରାଇଥିବା ଭଳି ସମ୍ବାଦ ହସ୍ତଗତ ହୋଇଛି । ଏହି ଗୁଳିକାଣ୍ଡ ଏକ ସ୍କୁଲ ପରିସରରେ ହିଁ ହୋଇଛି । ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀ ସ୍କୁଲ୍ ଗେଟ୍ ଭିତରକୁ ଚାଲିଆସି ହଠାତ୍ ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ସ୍କୁଲ ପରିସରରେ ଥିବା ପିଲାମାନଙ୍କ ମଧ୍ୟରୁ ୭ଜଣ ଏବଂ ଅନ୍ୟ ଷ୍ଟାଫ୍‌ଙ୍କ ମଧ୍ୟରୁ ୪ଜଣଙ୍କୁ ଗୁଳି ବାଜିଥିଲା । ଗ୍ରାଜ ମେୟର ଏଲ୍‌କେ କାହରଙ୍କ ସୂଚନା ଅନୁସାରେ ବନ୍ଧୁକଧାରୀଜଣକ ସେହି ସ୍କୁଲର ଜଣେ ଛାତ୍ର ବୋଲି ଜଣାପଡିଛି । ସେ ସ୍କୁଲ ଆସିବା ବେଳେ ନିଜ ସହ ଏକ ବନ୍ଧୁକ ନେଇ ଆସିଥିଲା ଓ ଆଗରେ ଯାହାକୁ ଦେଖିଲା ତାକୁ ଗୁଳିମାରିଥିଲା । ପରେ ସେ ସ୍କୁଲର ୱାସରୁମ ବା ଶୌଚାଳୟକୁ ଯାଇ ସେଠାରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲା ।

ଶୌଚାଳୟରୁ ଅଭିଯୁକ୍ତର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣା ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ଘଟିଥିଲା, ଯେତେବେଳେ ସ୍କୁଲ ଚାଲିଥିଲା । ଅନ୍ୟପକ୍ଷେ ସ୍ଥାନୀୟ ପୁଲିସ ଲୋକମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦେଇଛି । ପୁଲିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି ଯେ ସ୍କୁଲକୁ ଖାଲି କରାଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବର୍ତ୍ତମାନ କୌଣସି ବିପଦ ନାହିଁ । ପ୍ରକାଶ, ଗ୍ରାଜ୍‌, ଯାହାର ଜନସଂଖ୍ୟା ୩୦୦,୦୦୦ ରୁ ଅଧିକ, ଦେଶର ରାଜଧାନୀ ଭିଏନାରୁ ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଏହା ଅଷ୍ଟ୍ରିଆର ଦ୍ୱିତୀୟ ବୃହତ୍ତମ ସହର ଭାବେ ବିବେଚନା କରାଯାଏ । ଗୁଳିକାଣ୍ଡକାରୀଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ, କିନ୍ତୁ ପୋଲିସ ବିଶ୍ୱାସ କରୁଛି ଯେ ଆକ୍ରମଣକାରୀ ଏକାକୀ କାର୍ଯ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking