29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲା ରାମନଗର ଅନ୍ତର୍ଗତ ମାର୍ତ୍ତା ଗ୍ରାମରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗ୍ରାମ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା। ଅପରାହ୍ନରେ ମାର୍ତ୍ତା ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଯବାନମାନେ ଜାଣିବାକୁ ପାଇଥିଲେ। ଫଳରେ ସେମାନେ ଗାଁର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରିଯାଇ ଆତଙ୍କୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। ଏହା ପରେ ଆତଙ୍କୀମାନେ ଖସିଯିବାକୁ ବାଟ ନ ପାଇ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଅପରାହ୍ନ ୫ଟା ସୁଦ୍ଧା ଗୁଳିବିନିମୟ ଜାରି ରହିଥିଲା। ପ୍ରାୟ ୩ ଜଣ ଆତଙ୍କୀଙ୍କୁ ଯବାନମାନେ ଘେରି ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking