30.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶଅନ୍ତବସ୍ତ୍ର ଖୋଳିଲା ଗୁମର; ଭାଉଜ ସହ ଦିଅରର ଥିଲା ଅବୈଦ୍ଧ ସମ୍ପର୍କ

ଅନ୍ତବସ୍ତ୍ର ଖୋଳିଲା ଗୁମର; ଭାଉଜ ସହ ଦିଅରର ଥିଲା ଅବୈଦ୍ଧ ସମ୍ପର୍କ

ମୁଜାଫରନଗର: ଉତ୍ତର ପ୍ରଦେଶ ମୁଜାଫରନଗରରେ ମହିଳାଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଶକୁ ଧରିଛି ପୋଲିସ । ଖବର ମୁତାବକ ମହିଳା ଜଣକ ଆଶିଶଙ୍କୁ ବାହାହେବା ଲାଗି ସେ ଚାପ ପକାଉଥିଲେ । ତେବେ ୨୧ ବର୍ଷୀୟା ଭାଉଜକୁ ବଳାତ୍କାର ଏବଂ ହତ୍ୟା ପାଇଁ ଆଶିଶ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଲୋନ୍ ଆଣିଥିବା ପୋଲିସ କହିଛି । ଏ ଟଙ୍କାରେ ଆଶିଶ ଭାଉଜ ହତ୍ୟାର ସୁପରୀ ଦୁଇଜଣଙ୍କୁ ଦେଇଥିଲା । ଆଡଭାନ୍ସ ବାବଦକୁ ଆଶିଶ୍ ସେମାନଙ୍କୁ ୧୦ ହଜାର ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି ।

ମୁଜାଫରନଗର ବୁଧାନା ଅଞ୍ଚଳର ବାଭନା ଗ୍ରାମରେ ଘଟିଛି ଏ ଘଟଣା । ଆଶିଶ ଏବଂ ତା’ ସହଯୋଗୀ ଶୁଭମ , ଦୀପକ ମହିଳାଙ୍କୁ ତାଙ୍କ ଘର ଉଠାଇ ନେଇଥିଲେ । ଏହାପରେ ସେମାନେ ମୃତାଙ୍କ ସହ ଗଣବଳାତ୍କାର କରି ମହିଳାଙ୍କ ଷ୍ଟଲରେ ତଣଟିଚିପି ମାରି ଦେଇଥିବା ପୋଲିସ କହିଛି । ମହିଳାଙ୍କ ତଣ୍ଟିଚିପି ହତ୍ୟା ପରେ ମୃତଦେହକୁ ଜାଳିଦେଲେ । କିନ୍ତୁ ଘଟଣା ସ୍ଥଳରୁ ପୋଲିସ ଅନ୍ତବସ୍ତ୍ର ସାଙ୍ଗକୁ ୨ ପ୍ୟାକେଟ୍ କଣ୍ଡୋମ ଜବତ କରିଛି । ଆପତ୍ତିଜନକ ଜିନିଷ ମିଳିବା ପରେ ଘଟଣା ନେଇ ପୋଲିସର ସନ୍ଦେହ ହୋଇଥିଲା ।

ଯାହାପରେ ବିଭିନ୍ନ ଦିଗକୁ ନଜରକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୁଇବର୍ଷ ଧରି ମୃତା ମହିଳା ଏବଂ ହତ୍ୟାକରୀ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ପ୍ରାଇଭେଟ ଫଟୋ ଓ ଭିଡିଓ ପାଇଁ ରଖି ଭାଉଜ ବ୍ଳାକମେଲ କରୁଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଆଶିଶ ଭାଉଜ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା କହିଛି ପୋଲିସ । ଆଶିଶ ଏବେ ପୋଲିସ ହାଜତରେ ଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଏବେ ଫେରାର୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking