ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୧୮ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିପାରେ। ଆସନ୍ତା ୭ ତାରିଖ ଯାଏଁ ସାରା ଓଡ଼ିଶାକୁ ଝଡ଼ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ଦିନ ତାପମାତ୍ରା ରହିଥିଲା।









